ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ବାଟରୁ ନିଖୋଜ

ସିମୁଳିଆ, ୨୬ା୧୨(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ଅଞ୍ଚଳର ସଞ୍ଜୟ ଖୁଣ୍ଟିଆ(୨୭) ନାମକ ଯୁବକ ଗତ ଶନିବାର ପଶ୍ଚିମବଙ୍ଗରୁ ଘରକୁ ଫେରୁଥିବାବେଳେ ବାଟରୁ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ପଦ୍ମିନୀ ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟ ପଶ୍ଚିମବଙ୍ଗ ରାଜ୍ୟର ସାନ୍ତ୍ରାଗାଛି ନିକଟସ୍ଥ ଏକ ଘରୋଇ କାର୍ଡବୋର୍ଡ଼ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି। ସେ ପ୍ରତ୍ୟେକ ଶନିବାର ଗାଁକୁ ଆସି ସୋମବାର ଫେରିଥାନ୍ତି। ତେବେ ସେ ଗତ ଶନିବାର ନିଜ ଘର ଅଭିମୁଖେ ଆସୁଥିବା ମୋବାଇଲ ଯୋଗେ ସୂଚନା ଦେଇଥିଲେ। ରାତ୍ରୀ ୮ଟା ପରେ ତାଙ୍କ ମୋବାଇଲ ସୁଇଚ୍‌ ଅପ୍‌ ହୋଇଯାଇଥିଲା ା