ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ, ୨୭ା୨- ପକ୍କା ଘର ଖଣ୍ଡିଏ ପାଇଁ ଯେତେ ଗୁହାରି କଲେ ବି ଘରଟିଏ ମିଳିଲା ନାହିଁ। ଭାଗ୍ୟକୁ ଆଦରି ଟାଇଲ ଛପର ଘରେ ରହି ଆସୁଥିଲେ। ହେଲେ ୨ ବର୍ଷ ତଳେ ଉକ୍ତ ଘରଟି ଭାଙ୍ଗି ଯାଇଥିଲା। ଏହା ପରେ ପରିବାରର ୬ ପ୍ରାଣୀ କୁଟୁମ୍ବ ବର୍ତ୍ତମାନ ପଲିଥିନ ତଳେ ରହୁଛନ୍ତି। ବର୍ଷା ହେଲେ ସେମାନଙ୍କ ମଧ୍ୟରୁ କେହି ସ୍ବଚ୍ଛ ଭାରତ ଗ୍ରାମୀଣ ମିଶନ ଯୋଜନାରେ ମିଳିଥିବା ପାଇଖାନାରେ ମୁଣ୍ଡ ଗୁଞ୍ଜନ୍ତି ତ ଆଉ କିଏ ବାରଦୁଆର ହୁଅନ୍ତି। ଏ ହେଉଛି ମୟୂରଭଞ୍ଜ ଜିଲା ଶୁଳିିଆପଦା ବ୍ଲକ ଝାଲିଆମରା ପଞ୍ଚାୟତ ଅଧୀନ ଆଦିଆମରା ଗ୍ରାମର ନେତ୍ରାନନ୍ଦ ସିଂଙ୍କ ପରିବାର କାହାଣୀ। ପୁଅ, ବୋହୂ ଓ ୩ ନାତୁଣୀନାତିଙ୍କୁ ନେଇ ନେତ୍ରାନନ୍ଦଙ୍କ ସଂସାର। ଘର ଭାଙ୍ଗିଗଲା ପରେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ନିକଟରେ ସେ ଘର ଖଣ୍ଡିଏ ପାଇଁ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇ ନାହାନ୍ତି। ବାବୁ ଭାୟାମାନଙ୍କ ପାଖରେ ତାଙ୍କ ଦୁଃଖ କାହାଣୀ ଶୁଣିବାକୁ ସମୟ ନ ଥିବା କ୍ଷୋଭର ସହ ନେତ୍ରାନନ୍ଦ କହିଛନ୍ତି। ନେତ୍ରାନନ୍ଦ ଓ ତାଙ୍କ ପୁଅ ଉପେନ୍ଦ୍ର ମୂଲ ଲାଗି ଆଣିଲେ ଚୁଲି ଜଳେ। ନ ହେଲେ ଖାଡ଼ା ଉପାସ। ୫ ଫୁଟରେ ୫ ଫୁଟ ଜରି ପାଲ ତଳେ ୩ ଜଣ ରହୁଥିବା ବେଳେ ପାଇଖାନା ଘରେ ଅନ୍ୟ ୩ ଜଣ ରହୁଛନ୍ତି। ସେହିଭଳି ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାତି ଡାକ୍ତର ସିଂ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ନାତି ଉପେନ୍ଦ୍ର ସିଂଙ୍କ ସହିତ ଏହି ପାଇଖାନାରେ ନେତ୍ରାନନ୍ଦ ଜାକିଜୁକି ହୋଇ ଶୁଅନ୍ତି। ନିକଟସ୍ଥ ନାଗଶୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଏହି ଦୁଇ ଛାତ୍ର ବିଦ୍ୟାଳୟରୁ ଆସିବା ପରେ ପାଇଖାନାରେ ବସିି ପାଠ ପଢନ୍ତି। ତେଣୁ ପାଇଖାନା ନୁହେଁ ଇଏ ଆମ ପଢ଼ାଘର ବୋଲି ପିଲା ଦୁହେଁ କୁହନ୍ତି। ଏହିଭଳି ଦୟନୀୟ ଅବସ୍ଥାରେ ନେତ୍ରାନନ୍ଦଙ୍କ ପରିବାର ଜୀବନ ବିତାଉଥିବା ବେଳେ ସରକାରୀ ସହାୟତା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ନେତ୍ରାନନ୍ଦଙ୍କ ପରିବାରର ସ୍ଥିତି ଦେଖିଲେ ସରକାର ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି। କେବଳ ପଲିଥିନ ତଳେ ରହୁଛନ୍ତି ତାହା ନୁହେଁ ଉକ୍ତ ଘରେ ମଧ୍ୟ ରୋଷେଇ କାର୍ଯ୍ୟ ହେଉଛି। ଜଣେ ଜଣେ ଅଯୋଗ୍ୟ ହିତାଧିକାରୀ ଦୁଇ ଦୁଇଟି ପକ୍କା ଘର ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀଟିଏ ଆବାସ ଯୋଜନାରୁ ବଞ୍ଚିିତ ହେବା ସରକାରୀ ଯୋଜନା ପ୍ରତି ଉପହାସ ନୁହେଁ କି । ଜିିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନେତ୍ରାନନ୍ଦଙ୍କ ପରିବାରକୁ ଘର ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଶୁଳିିଆପଦା ବିଡିଓ ପରୀକ୍ଷିତ ଜେନାଙ୍କୁ ପଚାରିବାରୁ ନେତ୍ରାନନ୍ଦଙ୍କ ପରିବାରକୁ ପକ୍କା ଘର ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri