ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ, ୨୭ା୨- ପକ୍କା ଘର ଖଣ୍ଡିଏ ପାଇଁ ଯେତେ ଗୁହାରି କଲେ ବି ଘରଟିଏ ମିଳିଲା ନାହିଁ। ଭାଗ୍ୟକୁ ଆଦରି ଟାଇଲ ଛପର ଘରେ ରହି ଆସୁଥିଲେ। ହେଲେ ୨ ବର୍ଷ ତଳେ ଉକ୍ତ ଘରଟି ଭାଙ୍ଗି ଯାଇଥିଲା। ଏହା ପରେ ପରିବାରର ୬ ପ୍ରାଣୀ କୁଟୁମ୍ବ ବର୍ତ୍ତମାନ ପଲିଥିନ ତଳେ ରହୁଛନ୍ତି। ବର୍ଷା ହେଲେ ସେମାନଙ୍କ ମଧ୍ୟରୁ କେହି ସ୍ବଚ୍ଛ ଭାରତ ଗ୍ରାମୀଣ ମିଶନ ଯୋଜନାରେ ମିଳିଥିବା ପାଇଖାନାରେ ମୁଣ୍ଡ ଗୁଞ୍ଜନ୍ତି ତ ଆଉ କିଏ ବାରଦୁଆର ହୁଅନ୍ତି। ଏ ହେଉଛି ମୟୂରଭଞ୍ଜ ଜିଲା ଶୁଳିିଆପଦା ବ୍ଲକ ଝାଲିଆମରା ପଞ୍ଚାୟତ ଅଧୀନ ଆଦିଆମରା ଗ୍ରାମର ନେତ୍ରାନନ୍ଦ ସିଂଙ୍କ ପରିବାର କାହାଣୀ। ପୁଅ, ବୋହୂ ଓ ୩ ନାତୁଣୀନାତିଙ୍କୁ ନେଇ ନେତ୍ରାନନ୍ଦଙ୍କ ସଂସାର। ଘର ଭାଙ୍ଗିଗଲା ପରେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ନିକଟରେ ସେ ଘର ଖଣ୍ଡିଏ ପାଇଁ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇ ନାହାନ୍ତି। ବାବୁ ଭାୟାମାନଙ୍କ ପାଖରେ ତାଙ୍କ ଦୁଃଖ କାହାଣୀ ଶୁଣିବାକୁ ସମୟ ନ ଥିବା କ୍ଷୋଭର ସହ ନେତ୍ରାନନ୍ଦ କହିଛନ୍ତି। ନେତ୍ରାନନ୍ଦ ଓ ତାଙ୍କ ପୁଅ ଉପେନ୍ଦ୍ର ମୂଲ ଲାଗି ଆଣିଲେ ଚୁଲି ଜଳେ। ନ ହେଲେ ଖାଡ଼ା ଉପାସ। ୫ ଫୁଟରେ ୫ ଫୁଟ ଜରି ପାଲ ତଳେ ୩ ଜଣ ରହୁଥିବା ବେଳେ ପାଇଖାନା ଘରେ ଅନ୍ୟ ୩ ଜଣ ରହୁଛନ୍ତି। ସେହିଭଳି ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାତି ଡାକ୍ତର ସିଂ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ନାତି ଉପେନ୍ଦ୍ର ସିଂଙ୍କ ସହିତ ଏହି ପାଇଖାନାରେ ନେତ୍ରାନନ୍ଦ ଜାକିଜୁକି ହୋଇ ଶୁଅନ୍ତି। ନିକଟସ୍ଥ ନାଗଶୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଏହି ଦୁଇ ଛାତ୍ର ବିଦ୍ୟାଳୟରୁ ଆସିବା ପରେ ପାଇଖାନାରେ ବସିି ପାଠ ପଢନ୍ତି। ତେଣୁ ପାଇଖାନା ନୁହେଁ ଇଏ ଆମ ପଢ଼ାଘର ବୋଲି ପିଲା ଦୁହେଁ କୁହନ୍ତି। ଏହିଭଳି ଦୟନୀୟ ଅବସ୍ଥାରେ ନେତ୍ରାନନ୍ଦଙ୍କ ପରିବାର ଜୀବନ ବିତାଉଥିବା ବେଳେ ସରକାରୀ ସହାୟତା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ନେତ୍ରାନନ୍ଦଙ୍କ ପରିବାରର ସ୍ଥିତି ଦେଖିଲେ ସରକାର ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି। କେବଳ ପଲିଥିନ ତଳେ ରହୁଛନ୍ତି ତାହା ନୁହେଁ ଉକ୍ତ ଘରେ ମଧ୍ୟ ରୋଷେଇ କାର୍ଯ୍ୟ ହେଉଛି। ଜଣେ ଜଣେ ଅଯୋଗ୍ୟ ହିତାଧିକାରୀ ଦୁଇ ଦୁଇଟି ପକ୍କା ଘର ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀଟିଏ ଆବାସ ଯୋଜନାରୁ ବଞ୍ଚିିତ ହେବା ସରକାରୀ ଯୋଜନା ପ୍ରତି ଉପହାସ ନୁହେଁ କି । ଜିିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନେତ୍ରାନନ୍ଦଙ୍କ ପରିବାରକୁ ଘର ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଶୁଳିିଆପଦା ବିଡିଓ ପରୀକ୍ଷିତ ଜେନାଙ୍କୁ ପଚାରିବାରୁ ନେତ୍ରାନନ୍ଦଙ୍କ ପରିବାରକୁ ପକ୍କା ଘର ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri