ଅନୁଗୋଳ ଅଫିସ, ୧୪।୫ – ରକ୍ତ ସମ୍ପର୍କରେ ସନ୍ଦେହ ଭରିଛି କରୋନା ଭୟ। ଖାସ୍ ଏହି କାରଣରୁ ଭୁବନେଶ୍ୱରରୁ ଫେରିଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କଠାରୁ ପରଭଳି ବ୍ୟବହାର ସହିବାକୁ ପଡ଼ିଛି। ଭିଣୋଇଙ୍କ ସାଙ୍ଗ ବାଇକ୍ରେ ଆଣି ହଠାତ୍ ଘରପାଖରେ ଛାଡ଼ିଦେଇ ଯିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଭଲମନ୍ଦ ପଚାରି ବୁଝିବା ପରିବର୍ତ୍ତେ ରାସ୍ତାକଡ଼ରେ ୩ ଘଣ୍ଟା ବସାଇ ବାହାରେ କ୍ୱାରାଣ୍ଟାଇନ୍ରେ ରଖିବା କିମ୍ବା କୋଭିଡ୍ ଟେଷ୍ଟ ପାଇଁ ପ୍ରଶାସନକୁ ଜଣାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବୁଧବାର ସନ୍ଧ୍ୟାରେ ଅନୁଗୋଳ ସହରସ୍ଥିତ ରାଧାରମଣପଡ଼ାରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପରିବାର ଲୋକଙ୍କୁ ବୁଝାଶୁଝା କରି ରାତି ପ୍ରାୟ ୯ଟାରେ ପ୍ରଶାସନ ନାବାଳିକାଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ଗର୍ଭବତୀ ଥିବା ବଡ଼ଭଉଣୀଙ୍କୁ ସହଯୋଗ କରିବାକୁ ଦୁଇମାସ ତଳେ ଭିଣୋଇ ସମ୍ପୃକ୍ତା ନାବାଳିକାଙ୍କୁ ଭୁବନେଶ୍ୱର ନେଇଯାଇଥିଲେ। ହେଲେ ବୁଧବାର ଅପରାହ୍ନରେ କାହାକୁ କିଛି ନ ଜଣାଇ ଭିଣୋଇ ଜଣେ ସାଙ୍ଗଙ୍କ ସହ ବାଇକ୍ରେ ତାଙ୍କୁ ଅନୁଗୋଳସ୍ଥିତ ଘରକୁ ପଠାଇ ଦେଇଥିଲେ। ନାବାଳିକା ଜଣକ ଭୁବନେଶ୍ୱରରୁ ଫେରିଥିବା ଦେଖି କରୋନା ସନ୍ଦେହରେ ଭୟଭୀତ ପରିବାର ଲୋକେ ତାଙ୍କୁ ଘରକୁ ଯିବାକୁ ବାରଣ କରିଥିଲେ। ଏଥିସହ ରାସ୍ତା କଡ଼ରେ ବସାଇ ରଖି ବାହାରେ କେଉଁଠି ସଙ୍ଗରୋଧରେ ରଖାଯିବା ନଚେତ କୋଭିଡ୍ ଟେଷ୍ଟ କରିବାକୁ ସେମାନେ ପୌର ପ୍ରଶାସନକୁ କହିଥିଲେ। କିନ୍ତୁ ଏତେ ଛୋଟ ପିଲାକୁ ନେଇ କ୍ବାରାଣ୍ଟାଇନ୍ରେ ରଖି ହେବ ନାହିଁ ବୋଲି ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିବା ପରେ ପରିବାର ଲୋକେ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ଯୋଗାଯୋଗ କରିଥିଲେ। ଉପଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇ ପୌର ନିର୍ବାହୀ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିବାର ଲୋକଙ୍କୁ ବୁଝାଶୁଝା କରି ନାବାଳିକାଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖାଇଥିଲେ। ଖବରପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମଧ୍ୟ ସେଠାରେ ପହଞ୍ଚତ୍ଥିବା ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍ରେ ରଖାଯାଉଛି। କିନ୍ତୁ ୧୨ ବର୍ଷର ଝିଅଟିକୁ ନେଇ ଅନ୍ୟକେଉଁଠି ସଙ୍ଗରୋଧରେ ରଖାଯିବା ସମ୍ଭବ ନୁହେଁ ବୋଲି ବୁଝାଶୁଝା ପରେ ସମସ୍ୟାର ସମାଧାନ ହୋଇଥିଲା। ଘଟଣା ସମ୍ପର୍କରେ ନାବାଳିକାଙ୍କ ଜେଜେ କହିଛନ୍ତି, ଗୋଟିଏ ବଖରାରେ ପରିବାରର ସମସ୍ତେ ରହୁଛନ୍ତି। ତେଣୁ ଭୁବନେଶ୍ୱରରୁ ଫେରିଥିବା ନାତୁଣୀଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖିବାରେ ଅସୁବିଧା ହେବ ବୋଲି ଅନୁଭବ କରି କିଛି ଭିନ୍ନ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଜଣାଯାଇଥିଲା।
Posted inଅନୁଗୋଳ, ଆମ ଜିଲା ଖବର View All
ନୂଆ ବର୍ଷରେ ନୂଆ ପଦକ୍ଷେପ
ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...
କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...
ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର
ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...
ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…
ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...
ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…
ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...
ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…
ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...
ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା
ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...
Archives


