ପର ଭଳି ବ୍ୟବହାର ଦେଖାଇଲେ ପରିବାର

ଅନୁଗୋଳ ଅଫିସ, ୧୪।୫ – ରକ୍ତ ସମ୍ପର୍କରେ ସନ୍ଦେହ ଭରିଛି କରୋନା ଭୟ। ଖାସ୍‌ ଏହି କାରଣରୁ ଭୁବନେଶ୍ୱରରୁ ଫେରିଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କଠାରୁ ପରଭଳି ବ୍ୟବହାର ସହିବାକୁ ପଡ଼ିଛି। ଭିଣୋଇଙ୍କ ସାଙ୍ଗ ବାଇକ୍‌ରେ ଆଣି ହଠାତ୍‌ ଘରପାଖରେ ଛାଡ଼ିଦେଇ ଯିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଭଲମନ୍ଦ ପଚାରି ବୁଝିବା ପରିବର୍ତ୍ତେ ରାସ୍ତାକଡ଼ରେ ୩ ଘଣ୍ଟା ବସାଇ ବାହାରେ କ୍ୱାରାଣ୍ଟାଇନ୍‌ରେ ରଖିବା କିମ୍ବା କୋଭିଡ୍‌ ଟେଷ୍ଟ ପାଇଁ ପ୍ରଶାସନକୁ ଜଣାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବୁଧବାର ସନ୍ଧ୍ୟାରେ ଅନୁଗୋଳ ସହରସ୍ଥିତ ରାଧାରମଣପଡ଼ାରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପରିବାର ଲୋକଙ୍କୁ ବୁଝାଶୁଝା କରି ରାତି ପ୍ରାୟ ୯ଟାରେ ପ୍ରଶାସନ ନାବାଳିକାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ଗର୍ଭବତୀ ଥିବା ବଡ଼ଭଉଣୀଙ୍କୁ ସହଯୋଗ କରିବାକୁ ଦୁଇମାସ ତଳେ ଭିଣୋଇ ସମ୍ପୃକ୍ତା ନାବାଳିକାଙ୍କୁ ଭୁବନେଶ୍ୱର ନେଇଯାଇଥିଲେ। ହେଲେ ବୁଧବାର ଅପରାହ୍ନରେ କାହାକୁ କିଛି ନ ଜଣାଇ ଭିଣୋଇ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ତାଙ୍କୁ ଅନୁଗୋଳସ୍ଥିତ ଘରକୁ ପଠାଇ ଦେଇଥିଲେ। ନାବାଳିକା ଜଣକ ଭୁବନେଶ୍ୱରରୁ ଫେରିଥିବା ଦେଖି କରୋନା ସନ୍ଦେହରେ ଭୟଭୀତ ପରିବାର ଲୋକେ ତାଙ୍କୁ ଘରକୁ ଯିବାକୁ ବାରଣ କରିଥିଲେ। ଏଥିସହ ରାସ୍ତା କଡ଼ରେ ବସାଇ ରଖି ବାହାରେ କେଉଁଠି ସଙ୍ଗରୋଧରେ ରଖାଯିବା ନଚେତ କୋଭିଡ୍‌ ଟେଷ୍ଟ କରିବାକୁ ସେମାନେ ପୌର ପ୍ରଶାସନକୁ କହିଥିଲେ। କିନ୍ତୁ ଏତେ ଛୋଟ ପିଲାକୁ ନେଇ କ୍ବାରାଣ୍ଟାଇନ୍‌ରେ ରଖି ହେବ ନାହିଁ ବୋଲି ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିବା ପରେ ପରିବାର ଲୋକେ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ଯୋଗାଯୋଗ କରିଥିଲେ। ଉପଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇ ପୌର ନିର୍ବାହୀ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିବାର ଲୋକଙ୍କୁ ବୁଝାଶୁଝା କରି ନାବାଳିକାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଇଥିଲେ। ଖବରପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମଧ୍ୟ ସେଠାରେ ପହଞ୍ଚତ୍ଥିବା ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କିନ୍ତୁ ୧୨ ବର୍ଷର ଝିଅଟିକୁ ନେଇ ଅନ୍ୟକେଉଁଠି ସଙ୍ଗରୋଧରେ ରଖାଯିବା ସମ୍ଭବ ନୁହେଁ ବୋଲି ବୁଝାଶୁଝା ପରେ ସମସ୍ୟାର ସମାଧାନ ହୋଇଥିଲା। ଘଟଣା ସମ୍ପର୍କରେ ନାବାଳିକାଙ୍କ ଜେଜେ କହିଛନ୍ତି, ଗୋଟିଏ ବଖରାରେ ପରିବାରର ସମସ୍ତେ ରହୁଛନ୍ତି। ତେଣୁ ଭୁବନେଶ୍ୱରରୁ ଫେରିଥିବା ନାତୁଣୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିବାରେ ଅସୁବିଧା ହେବ ବୋଲି ଅନୁଭବ କରି କିଛି ଭିନ୍ନ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଜଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri