ପର୍ଲ ହାର୍ବର ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ମୁଖ୍ୟ

ଓ୍ବାଶିଂଟନ,୫।୧୨: ଆମେରିକାର ହାଓ୍ବାଇ ନିକଟରେ ଗୁରୁବାର ହୋଇଥିବା ଗୁଳିକାଣ୍ଡରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ସେଠାରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଭଦୌରିଆ ପହଞ୍ଚିଥିଲେ। ଏହି ଗୁଳିକାଣ୍ଡରେ ୩ଜଣ ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଗୁରୁତର ଥିବା ୨ଜଣଙ୍କୁ ଡାକ୍ତର ପରେ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଜଣେ ଅଜ୍ଞାତ ବନ୍ଧୁକଧାରୀ ପର୍ଲ ହାର୍ବର ବେସ୍‌ରେ ପ୍ରବେଶ କରି ହଠାତ୍‌ ଗୁଳି ଚାଳନା କରିବାକୁ ଏହି ଘଟଣା ଘଟିଛି। ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ସେ ନିଜକୁ ମଧ୍ୟ ଗୁଳି କରିଦେଇଥିବା ସୂଚନା ରହିଛି।

Share