Categories: ଖେଳ

ପର୍ଯ୍ୟବେକ୍ଷଣରେ ରୋନାଲ୍ଡୋ

ଲିସବନ(ପର୍ତ୍ତୁଗାଲ),୧୩।୩- ବିଶ୍ୱର ସବୁଠୁ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାଥି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିଯୋଗୁ ରୋନାଲ୍ଡୋ ନିଜକୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ମାତ୍ର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯାଇଛି। ସେ ଜୁଭେଣ୍ଟସ ପକ୍ଷରୁ ଅନ୍ତିମ ଥର ଗତ ରବିବାର ଖାଲି ଷ୍ଟାଡିୟମରେ ଖେଳିଥିଲେ। ମ୍ୟାଚ୍‌ ପରେ ନିଜ ଅସୁସ୍ଥ ମା’ଙ୍କୁ ଦେଖିବା ଲାଗି ରୋନାଲ୍ଡୋ ପର୍ତ୍ତୁଗାଲ ଆସିଥିଲେ। ସୁସ୍ଥ ଥିବା ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ସେ ସେଠାରେ ହିଁ ରହିବେ ବୋଲି କ୍ୱାଟିଡିଆନୋ ସ୍ପୋର୍ଟିଭୋ ପକ୍ଷରୁ ପ୍ରକାଶ କରାଯାଇଛି। ଉଲ୍ଲେଖଯୋଗ୍ୟ, ସ୍ବାବ ଟେଷ୍ଟରୁ ଜୁଭେଣ୍ଟସର ଡିପେଣ୍ଡର ଡାନିଏଲ ରୁଗାନି କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହାକୁ ବୁଧବାର ଇଟାଲିଆନ ଚାମ୍ପିୟନ ସ୍ପଷ୍ଟ କରିବା ସହ ଦଳର ସମସ୍ତ ଖେଳାଳିଙ୍କ ପାଇଁ ନିୟମ ଅନୁସାରେ କ୍ୱାରାଣ୍ଟାଇନ ପ୍ରକ୍ରିୟା ଆରମ୍ଭ କରିଛି।

Share