ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଅପରାଜିତା ଭୟଭୀତ: ବିଜେଡି

ଭୁବନେଶ୍ୱର,୧୮।୬(ଅନିଲ ଦାସ) : ବିଜେଡି ସଭାପତି ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ଭୁବନେଶ୍ୱର ଏମ୍‌ପି ଭୟଭୀତ ହେବା ସହିତ ତାଙ୍କ ନିଦ ଭାଙ୍ଗିଯାଇଛି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।
ଅପରାଜିତା ଷଡ଼ଙ୍ଗୀଙ୍କ ଖବରଦାତା ସମ୍ମିଳନୀର ଜବାବ ଦେଇ ଶ୍ରୀମୟୀ କହିଛନ୍ତି, ଦୀର୍ଘ ୪ ବର୍ଷ ପରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରୁଥିବାରୁ ଏମ୍‌ପି ଉସତ୍ାହିତ ଅଛନ୍ତି ା ଆପଣ ଜଣେ ରାଜନେତା, ଅମଲାତନ୍ତ୍ରୀ ନୁହନ୍ତି । ନିଜର ଅମଲାତାନ୍ତ୍ରିକ ମାନସିକତାରୁ ବାହାରକୁ ବାହାରନ୍ତୁ। ଡାକ୍ତରଖାନାଗୁଡ଼ିକୁ ଯାଇ ରୋଗୀଙ୍କୁ ଭେଟନ୍ତୁ, ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କ ଯତ୍ନ ନିଅନ୍ତୁ ା ଏଭଳି କରିବା କ’ଣ ଭୁଲ୍‌ କି? ପ୍ରଶାସନ ଲୋକଙ୍କ ଦୁଆର ମୁହଁକୁ ଯାଇ କାର୍ଯ୍ୟ କରୁଛି, ସମୟ ସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ମଞ୍ଜୁର ହେଉଛି, କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ ହେଉଛି, ସାଧାରଣ ଲୋକ ନିଜର ଅଭିଯୋଗକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସକ୍ଷମ ହେଉଛନ୍ତି, କଲେଜ ଛାତ୍ର ସେମାନଙ୍କ ଅଭିଯୋଗ ଜଣାଇବାରେ ସକ୍ଷମ ହେବା ସହିତ ତତ୍‌କ୍ଷଣାତ ସମାଧାନ ପାଉଛନ୍ତି, ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକର ଉଲ୍ଲେଖନୀୟ ବିକାଶ କାର୍ଯ୍ୟ ହେଉଛି, ଯାହା ପୂର୍ବରୁ ହୋଇ ନ ଥିଲା। ସରକାର ଯେତେବେଳେ ଏଭଳି ଜନମଙ୍ଗଳ ଶାସନ କରୁଛନ୍ତି ସେଥିରେ ଆପଣ କାହିଁକି ଡରୁଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆପଣ ଯେଉଁ ଡ୍ରାମା କରିଥିଲେ ତାହା ଲୋକମାନେ ଦେଖିଛନ୍ତି। ଏକାମ୍ର ଲିଙ୍ଗରାଜ କ୍ଷେତ୍ର ଏବଂ ସେବାୟତଙ୍କର ବିକାଶ କାର୍ଯ୍ୟକୁ ଅଟକାଇବା ଏବଂ ବିଳମ୍ବ କରିବା ପାଇଁ ଲୋକେ ଆପଣଙ୍କୁ ଆଦୌ କ୍ଷମାକରିବେ ନାହିଁ। ଲୋକେ ସେମାନଙ୍କ ପାଇଁ କାମ କରିବାକୁ ଭୋଟ ଦେଇଛନ୍ତି, ସେମାନଙ୍କ ସ୍ବାର୍ଥ ବିରୋଧରେ ନୁହେଁ ା ଭୁବନେଶ୍ୱରରେ ଜାତୀୟ ରାଜପଥ ଦ୍ୱାରା ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥାକୁ ସମାଧାନ କରିବାରେ ଆପଣ ସକ୍ଷମ ହୋଇଛନ୍ତି କି? କ୍ୟାପିଟାଲ୍‌ ରିଙ୍ଗ୍‌ ରୋଡ୍‌ ଏବେ ମଧ୍ୟ କାଗଜକଲମରେ ଅଛି ା ମଡେଲ ରେଳ ଷ୍ଟେଶନ କିମ୍ବା ଉପକୂଳ ରାଜପଥ ସବୁକିଛି ଅଦୃଶ୍ୟ ଅବସ୍ଥାରେ ଅଛି ା ଅପାରଗତା ଏବଂ ଅବହେଳାକୁ ଘୋଡ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରନ୍ତୁ ନାହିଁି ା ଏମ୍‌ପି ଭାବରେ କ୍ଷମତା ପାଇଛନ୍ତି ଏବଂ ଓଡ଼ିଶାର ବିକାଶକୁ ଅଟକାଇବା ସହିତ ଲୋକଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ବର୍ଷ ଧରି ଶିକ୍ଷା ସଚିବ ଥିଲେ ବି କେବେ ଭଲ ବିଦ୍ୟାଳୟରେ ପିଲାମାନଙ୍କ ପାଠପଢ଼ା ବିଷୟରେ ଚିନ୍ତା କରି ନ ଥିଲେ । ଯେତେବେଳେ ସରକାର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ମନ୍ଦିରର ରୂପାନ୍ତର କରୁଛନ୍ତି ସେତେବେଳେ ଆପଣ କାହିଁକି ଭୟଭୀତ ହୋଇପଡୁଛନ୍ତି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri