ପର୍ଯ୍ୟଟନ କ୍ଷେତ୍ର କୁପାରୀକୁ ପ୍ରଦୂଷଣମୁକ୍ତ ଲାଗି ପ୍ରୟାସ :  ଅଣ୍ଟା ଭିଡିଲେ ବିଭିନ୍ନ ସଙ୍ଗଠନ

ଖଇରା, ୧୧।୮(ଡି.ଏନ.ଏ.)-୧୯୯୯ ମସିହାରୁ କୁପାରୀକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ମିଳିଛି ସତ, ହେଲେ ସେଭଳି କିଛି ଆଖିଦୃଶିଆ ପ୍ରଗତି ହୋଇପାରିନାହିଁ ା ଏଭଳିକି ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ଏହି ପୀଠକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ସରକାରୀ ବା ବେସରକାରୀ ସ୍ତରରେ କୌଣସି ଉଦ୍ୟମ କରାଯାଇ ନ ଥିଲା ା ଏହି କ୍ଷେତ୍ରକୁ ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ କରିବାକୁ ସ୍ଥାନୀୟ କୁପାରୀ ମହାବିଦ୍ୟାଳୟର ବାଳିକା ଓ ବାଳକ ବିଭାଗର ଏନଏସ୍‌ଏସ୍‌ ୟୁନିଟ, କୁପାରୀ ବଣିକ ସଂଘ, ଶୂନ୍ୟବ୍ରହ୍ମ ଡ୍ରାଇଭର ସଂଘ ଓ କୁପାରୀ ପଞ୍ଚାୟତ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି ା ୯ ତାରିଖରୁ କୁପାରୀ ବଜାରର ବିଭିନ୍ନ ପୁରାତନ ମନ୍ଦିର ଓ ମଠ, ବୌଦ୍ଧ ଓ ଜୈନ କୀର୍ତ୍ତି ନିକଟରେ ଆବର୍ଜନା ହଟାଇବା ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସ୍ଥ ପରିବେଶ ଗଠନ ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ା ପ୍ରଥମ ପର୍ଯ୍ୟାୟରେ ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ା ଏହି ୭ ଦିନ ମଧ୍ୟରେ ଉପରୋକ୍ତ ୪ଟି ସଂସ୍ଥାର ସ୍ବେଛାସେବୀ, ଅଧିକାରୀ, ଲୋକପ୍ରତିନିଧିମାନେ ଏକତ୍ର ଭାବେ ସମଗ୍ର କୁପାରୀ ଅଞ୍ଚଳକୁ ଆବର୍ଜନା ମୁକ୍ତ କରିବେ ା ବ୍ୟବସାୟୀ ମାନଙ୍କୁ ମଧ୍ୟ ସଚେତନ କରାଯିବ ା ପରବର୍ତ୍ତୀ ସମୟରେ ଯେଉଁମାନେ ଏହାକୁ ଠିକ ଭାବେ ପାଳନ କରିବେ ସେମାନଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା, ଅମାନ୍ୟକାରୀଙ୍କୁ ଦଣ୍ଡ ବ୍ୟବସ୍ଥା ଲାଗୁ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିବା ନେଇ କାର୍ଯ୍ୟକ୍ରମର ସଂଯୋଜକ ବିଶ୍ୱରଞ୍ଜନ ମହାପାତ୍ର କହିଛନ୍ତି। ସମ୍ପର୍କରେ ସାଧାରଣ ଲୋକଙ୍କ ଅବଗତ ପାଇଁ ଏକ ବୋର୍ଡ ଲଗାଯାଇଛି ା କୁପାରୀ ମହତାବ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ବାଳିକା ବିଭାଗ ମୁଖ୍ୟ ମାଳତୀଲତା ହାତୀ, ବାଳକ ବିଭାଗ ମୁଖ୍ୟ ଦୀପକ କୁମାର ଦାସ, କୁପାରୀ ପଞ୍ଚାୟତ ସରପଞ୍ଚ ଭବଜ୍ୟୋତ୍ସ୍ନା ନାୟକ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ରାଉତ, ଡ୍ରାଇଭର ସଂଘର ସଭାପତି ବସନ୍ତ ଜେନା ଓ ସମ୍ପାଦକ ରମେଶ ସାମଲ,ବଣିକ ସଂଘର ସଭାପତି ଅଶୋକ କୁମାର ଗୁପ୍ତା, ଶରତ ବିଶ୍ୱାଳ,ଭଗବାନ ସାହୁ ପ୍ରମୁଖ ଏହି ସଚେତନତା କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ା