Categories: ଫୁରସତ

ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛି ଭାରତର ଏହି ରାଜ୍ୟ

ଟ୍ରାଭେଲ୍‌ ମିଡିଆ କମ୍ପାନୀ ‘ଲୋନ୍‌ଲି ପ୍ଲାନେଟ୍‌’ ୨୦୨୦ ପାଇଁ ପର୍ଯ୍ୟଟନ ସ୍ଥଳୀ ଚୟନ କ୍ଷେତ୍ରରେ ଏକ ସର୍ଭେ ରିପୋର୍ଟ ଜାରି କରିଛି। ଏହି ତାଲିକାରେ ଇଣ୍ଡୋନେସିଆର ଇଷ୍ଟ ନୁସା ଟେଙ୍ଗର ପ୍ରଥମ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଭାରତର ମଧ୍ୟପ୍ରଦେଶ ରହିଛି। ମୁଖ୍ୟତଃ ଏହି ତାଲିକାରେ ମଧ୍ୟପ୍ରଦେଶର ବନ୍ୟଜନ୍ତୁ, ତୀର୍ଥସ୍ଥଳ, ଐତିହାସିକ କ୍ଷେତ୍ର, କୋଠା ନିର୍ମାଣ କୌଶଳକୁ ସବୁଠୁ ପସନ୍ଦ କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟପ୍ରଦେଶ ୩ ନଂ. ସ୍ଥାନରେ ଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଜକୁ ଗର୍ବିତ ମନେ କରେ ବୋଲି କହିଛି। ରାଜ୍ୟ ପର୍ଯ୍ୟଟନ ବିକାଶ ଦିଗରେ ସ୍ଥାନୀୟ ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ବିଭାଗ କହିଛି।
ଟ୍ରାଭେଲ୍‌ କମ୍ପାନୀ ଲୋନ୍‌ଲି ପ୍ଲାନେଟ୍‌ ୧୯୭୩ ମସିହାରୁ ବିଶ୍ୱର ସବୁଠୁ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ତାଲିକା ପ୍ରସ୍ତୁତ କରିଆସୁଛି। ପ୍ରତିବର୍ଷ ଏହି କମ୍ପାନୀ ୫ ଜଣ ସମ୍ପାଦକଙ୍କ ଆଧାରରେ ରିସର୍ଚ୍ଚ କରୁଛି। କମ୍ପାନୀର ସ୍ବେଚ୍ଛାସେବୀ, ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରାଯାଇଥାଏ। ଏହା ପରେ କମ୍ପାନୀର ଏକ ନ୍ୟାୟିକ ସମିତି ପର୍ଯ୍ୟଟନ ସ୍ଥଳୀ ଚୟନ କରିଥାଏ।

Share