ପର୍ଯ୍ୟଟନ କେନ୍ଦ୍ରରେ ପାର୍କିଂ ଫି ଆଦାୟ ବିବାଦ ତୁଟିଲା: ଦାୟିତ୍ୱ ନେବ ବନ ସଂରକ୍ଷଣ ସମିତି

ଦାରିଙ୍ଗବାଡ଼ି,୧୫।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦାସିଂବାଡିଠାରେ ଥିବା ମିଡ଼ିୟୁବାନ୍ଦା ୱାଟରଫଲ ସମେତ କିରିକୁଟି ଲଭର୍ସ ପଏଣ୍ଟରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା। ଏନେଇ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ପାର୍କିଂ ଫି’ ଆଦାୟକୁ ନେଇ ବିବାଦ ଲାଗି ରହୁଥିଲା। ପର୍ଯ୍ୟଟକ ମଧ୍ୟ ଅସନ୍ତୁଷ୍ଟ ହେଉଥିଲେ। ଏନେଇ ‘ଧରିତ୍ରୀ’ରେ ଗତ ୨୪ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହାପରେ ଘଟଣାକୁ ଜିଲା ପ୍ରଶାସନ ସମେତ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଦାରିଙ୍ଗବାଡ଼ି ଶୀତ ଉତ୍ସବକୁ ଆସିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଗମ୍ଭୀରତାର ସହ ନେଇଥିଲେ। ମନ୍ତ୍ରୀ ପାଣିଗ୍ରାହୀ ଏବଂ ବିଧାୟକ ପ୍ରଧାନ ମିଡ଼ିୟୁବାନ୍ଦାରେ ପହଞ୍ଚତ୍ ଏହି ପାର୍କିଂ ସମସ୍ୟା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାର ସମାଧାନ ପାଇଁ ବାଲିଗୁଡ଼ା ଉପଖଣ୍ଡ ଡିଏଫ୍‌ଓ ବିଶ୍ୱନାଥନ ନିଲନଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଡାକ ବଙ୍ଗଳାରେ ଦାସିଂବାଡ଼ି ପଞ୍ଚାୟତ ଅଞ୍ଚଳରେ ରହିଥିବା ୩୧ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସରପଞ୍ଚ ସଙ୍ଗୀତା ମଲ୍ଲିକ, ଦାସିଂବାଡ଼ି ଉନ୍ନୟନ କମିଟି ସଭାପତି ରାଜୀବ ମଲ୍ଲିକ, ସାରିଙ୍ଗିଇର୍ପି ବନ ସଂରକ୍ଷଣ ସମିତି ସଭାପତି ସୁନିଲ କୁମାର ପ୍ରଧାନଙ୍କୁ ନେଇ ବାଲିଗୁଡ଼ା ଡିଏଫ୍‌ଓ ନିଲନଭରଙ୍କ ଅଧ୍ୟକ୍ଷତାରେ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ଉକ୍ତ ଗ୍ରାମବାସୀଙ୍କୁ ନେଇ ବନ ସଂରକ୍ଷଣ ସମିତି ଗଠନ କରାଗଲା ଏବଂ ନୂତନ କମିଟି ଚୟନ ପାଇଁ ଡିଏଫ୍‌ଓ ନିଲନଭର ଗ୍ରାମବାସୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଣିକି ବନ ସଂରକ୍ଷଣ ସମିତି ମିଡ଼ିୟୁବାନ୍ଦା ଜଳପ୍ରପାତର ରକ୍ଷଣାବେକ୍ଷଣ ସହ ପାର୍କିଂ ଫି ଆଦାୟ, ସଫେଇ କରିବେ। ସରକାରୀ ନିୟମ ଅନୁଯାୟୀ ଫି ସଂଗ୍ରହର ଅର୍ଥକୁ ବନ ସଂରକ୍ଷଣ ସମିତିର ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରାଯିବ ଏବଂ ସେମାନଙ୍କ ପ୍ରାପ୍ୟକୁ ବନ ବିଭାଗ ସମିତିକୁ ପ୍ରଦାନ କରିବ ବୋଲି ନିଷ୍ପତି ନିଆଯାଇଛି। ସେହିପରି କିରିକୁଟି ଠାରେ ରହିଥିବା ନେଚର ଲଭର୍ସ ପଏଣ୍ଟକୁ ମଧ୍ୟ ଏବେ ଜଙ୍ଗଲ ଓ ପରିବେଶ ବିଭାଗ ନିଜ ଅକ୍ତିଆରକୁ ନେଇଛି। ସେଠାରେ ମଧ୍ୟ ଖୁବ୍‌ଶୀଘ୍ର ବନ ସଂରକ୍ଷଣ ସମିତି ଗଠନ କରି ଲଭର୍ସ ପଏଣ୍ଟକୁ ହସ୍ତାନ୍ତର କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
ପରବର୍ତ୍ତୀ ଏକ ବୈଠକରେ ଦାରିଙ୍ଗବାଡ଼ି ହୋଟେଲ ସଂଘ ସହ ଡିଏଫଓ ନିଲନଭର ଆଲୋଚନା କରିଛନ୍ତି। ହୋଟେଲ ସଂଘ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଲକ କିଶୁବାଡ଼ି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଥିବା ଜଣାପଡ଼ିଛି ଉକ୍ତ ଜଳପ୍ରପାତ ବନ ବିଭାଗର ସଂରକ୍ଷିତ ଜଙ୍ଗଲରେ ରହିଥିବାରୁ ଉକ୍ତ ଜଳପ୍ରପାତକୁ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯିବା ସହ ନେଚର ପାର୍କକୁ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା, ସାଇଲେଣ୍ଟ ଭ୍ୟାଲିରେ ଗାଡ଼ି ପାର୍କି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସିମେଣ୍ଟ ବେଞ୍ଚ କରାଯିବା, ପାଙ୍ଗାଲି ଘାଟିରେ ୱାଚ୍‌ ଟାୱାର ନିର୍ମାଣ, ଡବେରୀ ନିତକ ଆମ୍ବ ଘାଟିରେ ମଡେଲ ଡମ୍ପିଂୟାର୍ଡ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ଡିଏଫ୍‌ଓଙ୍କ ସମେତ ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ, ଆଇଆଇସି କୌଶିକ ମାଝୀ, ଉପସ୍ଥିତ ଥିଲେ। ହୋଟେଲ ସଂଘ ପକ୍ଷରୁ ଲଡୁ କିଶୋର ସାହୁ, ଦିଲୀପ ସାହୁ, ରେଣୁବାଳା ସାହୁ, ସନ୍ତୋଷ କୁମାର ବିଷୋୟୀ, ମୁନା ସାହୁ, ଅଶୋକ ସାହୁ, ତୁଷାରକାନ୍ତ ସାହୁ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଡିଏଫଓଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri