Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଐତିହାସିକ ସହର ଥରଂଗମ୍‌ବାଡି

ଥରଂଗମ୍‌ବାଡି ତାମିଲନାଡୁସ୍ଥିତ ଏମିତି ଏକ ସହର ଯେଉଁଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଯା’ଆସ ଲାଗିରହିଥାଏ। କାରଣ ଏହି ସହର ଐତିହାସିକ, ସାଂସ୍କୃତିକ ତଥା ପ୍ରାକୃତିକ ଦୃଷ୍ଟିକୋଣରୁ ବେଶ୍‌ ସମୃଦ୍ଧ। ତା’ଛଡ଼ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ରହିଛି ଏମିତି କେତୋଟି ମନ ମୋହିନେଲା ଭଳି ପର୍ଯ୍ୟଟନସ୍ଥଳୀ, ଯାହା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିପାରୁଛି…

ଥରଂଗମ୍‌ବାଡି ତାମିଲନାଡ଼ୁର ନାଗପଟ୍ଟିନମ୍‌ ଜିଲା ଅନ୍ତର୍ଗତ ଏମିତି ଏକ ସହର, ଯାହା ନିଜର ଐତିହାସିକ ମହତ୍ତ୍ୱ ପାଇଁ ବେଶ୍‌ ନାଁ କରିପାରିଛି। କାରଣ ଏଠାରେ ଇତିହାସ ସହ ଜଡ଼ିତ ଥିବା ଅନେକ ପ୍ରାଚୀନ ସଂରଚନା ଦେଖିବାକୁ ମିଳିଥାଏ, ଯେଉଁଥିରେ ଦୁର୍ଗ, ଚର୍ଚ୍ଚ, ମ୍ୟୁଜିୟମ୍‌ ଇତ୍ୟାଦି ସମ୍ପୃକ୍ତ। ତା’ଛଡ଼ା ଏହା ଏକ ତଟୀୟ ସହର, ଯେଉଁଠାରେ ୧୬୨୦ ମସିହାରେ ଡେନିଶ୍‌ ଟ୍ରେଡିଂ ପୋଷ୍ଟ ସ୍ଥାପନ କରାଯାଇଥିଲା। ଏହା ଥିଲା ସେହି ସମୟ, ଯେତେବେଳେ ଏଠାକୁ ଡେନିଶ୍‌ ଲୋକମାନଙ୍କର ଆଗମନ ହୋଇଥିଲା। ପରେ ଏଠାରେ ଡେନିଶ୍‌ମାନଙ୍କର ଏକ ସ୍ବତନ୍ତ୍ର କଲୋନୀ ଗଢ଼ିଉଠିଲା। ହେଲେ ୧୮୪୫ ମସିହା ବେଳକୁ ତାହା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବିକ୍ରି ହୋଇଗଲା। ଆଉ ସେହି ସମୟରେ ହିଁ ଏଠାରେ ଅନେକ ପ୍ରାଚୀନ ସଂରଚନାଗୁଡ଼ିକ ନିର୍ମାଣ ହୋଇଥିଲା, ଯାହା ଏବେ ବି ଗୋଟିଏ ଗୋଟିଏ ଐତିହାସିକ ମାଇଲଖୁଣ୍ଟ ଭାବେ ଉକ୍ତ ସ୍ଥାନରେ ଦଣ୍ଡାୟମାନ ହୋଇରହିଛି। ଆଉ ଯାହାକୁ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମୁଛି।

କ’ଣ ଦେଖିବେ
ଡାନ୍ସବର୍ଗ ଦୁର୍ଗ: ୧୬୨୦ ମସିହାରେ ଥରଂଗମ୍‌ବାଡିରେ ଯେଉଁ ଡେନିଶ୍‌ ଦୁର୍ଗଟି ନିର୍ମିତ କରାଯାଇଥିଲା, ତା’ର ନାଁ ହେଉଛି ଡାନ୍ସବର୍ଗ। ଆଉ ସେହି ଦୁର୍ଗଟି ଦ୍ୱିତୀୟ ବଡ଼ ଡେନିଶ୍‌ ଦୁର୍ଗ ଭାବେ ଜଣାଶୁଣା। କାରଣ ପ୍ରଥମ ବଡ଼ ଡେନିଶ୍‌ ଦୁର୍ଗଟି ଡେନ୍‌ମାର୍କରେ ରହିଛି, ଯାହାର ନାଁ ହେଉଛି କ୍ରୋନ୍‌ବର୍ଗ। କ୍ରୋନ୍‌ବର୍ଗ ଦୁର୍ଗ ଭଳି ଡାନ୍ସବର୍ଗ ଦୁର୍ଗଟି ମଧ୍ୟ ଆକର୍ଷଣୀୟ ବାସ୍ତୁକଳାରେ ନିର୍ମିତ। ତା’ଛଡ଼ା ଏହି ଦୁର୍ଗଟି ସମୁଦ୍ର ତଟ ଦେଶରେ ରହିଥିବାରୁ ଏହା ଆହୁରି ସୁନ୍ଦର ଦେଖାଯାଇଥାଏ। ଏତେ ବର୍ଷର ପୁରୁଣା ଦୁର୍ଗ ହୋଇଥିଲେ ମଧ୍ୟ ଏହାର ଆକର୍ଷଣୀୟ କାରୁକାର୍ଯ୍ୟ ଏବେ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିପାରୁଛି।

ଟ୍ରାଙ୍କ୍ୟୁବର୍‌ ମ୍ୟୁଜିୟମ୍‌: ଡେନିଶ୍‌ ବା ଡାନ୍ସବର୍ଗ ଦୁର୍ଗ ନିକଟରେ ଥିବା ଏହି ଐତିହାସିକ ମ୍ୟୁଜିୟମ୍‌ରେ ଡେନିଶ୍‌ ବ୍ୟବସ୍ଥାପନ ସହ ଜଡିତ ଥିବା ଅନେକ ମହତ୍ତ୍ୱପୂର୍ଣ୍ଣ ବସ୍ତୁଗୁଡ଼ିକୁ ଦେଖିବାକୁ ମିଳିଥାଏ। ଯେମିତିକି ବିଭିନ୍ନ ପଥରରେ ନିର୍ମିତ ପ୍ରତିମୂର୍ତ୍ତି, ଟେରାକୋଟା ବସ୍ତୁସାମଗ୍ରୀ, ବିଭିନ୍ନ ପ୍ରକାର ବିରଳ ପଥର, ଚିନା ମାଟିରେ ନିର୍ମିତ ଗୃହୋପକରଣ, ଡେନିଶ୍‌ ପାଣ୍ଡୁଲିପି ତଥା ବିଭିନ୍ନ ହାତହତିଆର ଇତ୍ୟାଦି ଅନ୍ୟତମ। ଏହି ମ୍ୟୁଜିୟମ୍‌କୁ ବୁଲିଗଲେ ଇତିହାସ ସମ୍ବଳିତ ଅନେକ ତଥ୍ୟ ପର୍ଯ୍ୟଟକ ଜାଣିବାର ସୁଯୋଗ ପାଇପାରିବେ।
ନ୍ୟୁ ଜେରୁଶଲମ୍‌ ଚର୍ଚ୍ଚ: ୧୭୧୮ ମସିହାରେ ଏକ ରୟାଲ୍‌ ଡେନିଶ୍‌ ମିଶନାରି ଦ୍ୱାରା ଏହି ପବିତ୍ର ସ୍ଥଳୀଟିର ନିର୍ମାଣ କରାଯାଇଥିଲା, ଯାହାର ଆକର୍ଷଣୀୟ କାରୁକାର୍ଯ୍ୟ ଥିଲା ବେଶ୍‌ ମନୋରମ। ହେଲେ ୨୦୦୪ରେ ହୋଇଥିବା ଭୟଙ୍କର ସୁନାମିରେ ଉକ୍ତ ଚର୍ଚ୍ଚଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଫଳରେ ୨୦୦୬ରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇ ଏହାକୁ ପୁଣିଥରେ ଏକ ଆକର୍ଷଣୀୟ ଚର୍ଚ୍ଚର ରୂପ ଦିଆଯାଇଥିଲା ବୋଲି ସୂଚନା ରହିଛି। ଏସବୁ ବ୍ୟତୀତ ଥରଂଗମ୍‌ବାଡିରେ ଆହୁରି ଅନେକ ଛୋଟ ବଡ଼ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବି ରହିଛି, ଯାହାକୁ ପର୍ଯ୍ୟଟକ ଚାହିଁଲେ ବୁଲି ଦେଖିପାରିବେ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ସମୟରେ ଏଠାକୁ ଗଲେ ବୁଲାବୁଲି କରିବାକୁ ସୁବିଧା ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ଚେନ୍ନାଇ ଇଣ୍ଟର ନ୍ୟାଶନାଲ୍‌ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ନାଗପଟ୍ଟିନମ୍‌ ଜିଲାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକ ଚାହିଁଲେ ଏହି ବସ୍‌ ଯୋଗେ ପ୍ରଥମେ ନାଗପଟ୍ଟିନମ୍‌କୁ ଯିବେ ଏବଂ ସେଠାରୁ ଟ୍ୟାକ୍ସି କିମ୍ବା ଲୋକାଲ୍‌ ବସ୍‌ରେ ସୁବିଧାରେ ଯାଇ ଥରଂଗମ୍‌ବାଡିରେ ପହଞ୍ଚତ୍ପାରିବେ। ନାଗପଟ୍ଟିନମ୍‌ରୁ ମାତ୍ର ଦେଢ଼ଘଣ୍ଟାର ରାସ୍ତା ହେଉଛି ଥରଂଗମ୍‌ବାଡି ି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri