ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର,୧।୮(ଡି.ଏନ୍‌.ଏ): ଦେଶ ବିଦେଶର ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ଗୁରୁବାର ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି। ବହୁ ପତୀକ୍ଷା ପରେ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ପର୍ଯ୍ୟଟକ ଭିତରକନିକା ବୁଲି ଦେଖିଛନ୍ତି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ନୌକା ବିହାରର ବ୍ୟବସ୍ଥା କରାଯିବା ସହ ଖାଦ୍ୟପେୟ ଓ ଶୌଚାଳୟର ମଧ୍ୟ ସୁବିଧା କରାଯାଇଛି। ପର୍ଯ୍ୟଟକମାନେ ନୌବିହାରର ପରିଭ୍ରମଣ କରି ବେଶ୍‌ ଆନନ୍ଦିତ ହୋଇଛନ୍ତି। ସୂଚନାଯୋଗ୍ୟ, କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଯୋଗୁ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିଥିଲା।