Categories: ଖେଳ

ପର୍ନ ଷ୍ଟାର ଜନି ସିନ୍ସଙ୍କ ନାଁରେ ଟ୍ରୋଲ୍‌ ହେଲା ଟିମ୍‌ ଇଣ୍ଡିଆ

ଓ୍ବେଲିଂଟନ, ୨୦।୨: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏଥିପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଓ୍ବେଲିଂଟନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରିଥିଲେ। ଭାରତୀୟ ଦଳ ସହ ସପୋର୍ଟ ଷ୍ଟାଫ୍‌ ମଧ୍ୟ ସେଠାକୁ ଯାଇଥିଲେ। ହାଇକମିଶନରଙ୍କୁ ଭେଟିବା ପରେ ଭାରତୀୟ ଦଳର ଅଧିକାଂଶ ସଦସ୍ୟ ନିଜ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ଯୁବ ପେସ୍‌ ବୋଲର୍‌ ନବଦୀପ ସଇନି ମଧ୍ୟ ସାଥୀ ଖେଲାଳିଙ୍କ ସହ ଏକ ଗ୍ରୁପ୍‌ ସେଲଫି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ। ଫଟୋରେ ଇଶାନ୍ତ ଶର୍ମା, ମହମ୍ମଦ ସାମି, ପୃଥ୍ବୀ ଶ’ ମୟଙ୍କ ଅଗ୍ରଓ୍ବାଲ, ଋଷଭ ପନ୍ତ, ଶୁଭମନ ଗିଲ୍‌, ଜଶପ୍ରୀତ ବୁମରା ପ୍ରମୁଖ ନଜର ଆସିଥିଲେ। ଭାରତୀୟ ଦଳର ନିକ୍‌ ଓ୍ବେବ୍‌ ଖେଳାଳିଙ୍କ ପଛରେ ଛିଡା ହୋଇଛନ୍ତି। ଓ୍ବେବ୍‌ଙ୍କୁ ପର୍ନ ଷ୍ଟାର ଜନି ସିନ୍ସ ଭାବି ଦେଇ ଭାରତୀୟ ଦଳକୁ ଟ୍ରୋଲ କରିଛନ୍ତି ୟୁଜର୍ସ। ଶଙ୍କର ବାସୁଙ୍କ ପରେ ନିକ୍‌ ଓ୍ବେବ୍‌ଙ୍କୁ ନିକଟରେ ଭାରତୀୟ ଦଳର ଫିଟ୍‌ନେସ୍‌ ଟ୍ରେନର୍‌ ଭାବେ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ଭାରତ ୩-୦ରେ କ୍ଲିନ୍ସୁଇପ କରିବା ପରେ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦିନିକିଆ ସିରିଜକୁ ନ୍ୟୁଜିଲାଣ୍ଡ ୩-୦ରେ ଜିତି ଟି୨୦ ପରାଜୟର ପ୍ରତିଶୋଧ ନେଇଥିଲା।

Share