Categories: ଜାତୀୟ

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’: କେବଳ ଶିକ୍ଷାର୍ଥୀ ପଚାରିବେ ମୋଦିଙ୍କୁ ପ୍ରଶ୍ନ

ନୂଆଦିଲ୍ଲୀ,୧୬।୧: ଜାନୁୟାରୀ ୨୦ରେ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ର ତୃତୀୟ ସଂସ୍କରଣରେ କେବଳ ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରି ପାରିବେ ବୋଲି ସୂଚନା ମିଳିଛି। ଯାହାକୁ ନେଇ ମୋଦି ପିଲାମାନଙ୍କୁ ଉପଯୋଗୀ ଟିପ୍ସ ପ୍ରଦାନ କରିବେ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆଦିଲ୍ଲୀର ତଲକାତୋରା ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ। ଏଥିରେ ଯେ କେବଳ ପିଲାମାନଙ୍କର ପରୀକ୍ଷାର ବୋଝ ହାଲ୍‌କା ହେବ ତା’ନୁହେଁ ବରଂ ବଛା ବଛା କେତେଜଣ ଶିକ୍ଷାର୍ଥୀ ମୋଦିଙ୍କ ସହ କଥା ହେବାର ସୁଯୋଗ ପାଇ ପାରିବେ ବୋଲି କହିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଶିକ୍ଷା ବିଭାଗ)ର ଜଏଣ୍ଟ ସେକ୍ରେଟାରୀ ଆର୍‌. ସି. ମିନା।

Share