ପରୀକ୍ଷା ପାଇଁ ପଠାଗଲା ୨ସନ୍ଦିଗ୍ଧଙ୍କ ସ୍ବାବ

ଛତ୍ରପୁର,୨ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ଜଗନ୍ନାଥପୁର ଛକ ନିକଟରେ ସୋମବାର ସନ୍ଧ୍ୟାରେ ପୋଲିସ ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏକ ଟ୍ରକ୍‌ରୁ ଉଦ୍ଧାର କରିଥିବା ୬୦ ଜଣ ଏବେ ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ସମସ୍ତେ ବାହାର ରାଜ୍ୟର ବୋଲି ସୂଚନା ମିଳିଛି।ବୁଧବାର ସେମାନଙ୍କ ମଧ୍ୟରୁ ଜ୍ୱରରେ ପୀଡ଼ିତ ଥିବା ୯ ଜଣଙ୍କ ମଧ୍ୟରୁ ଗୁରୁବାର ୨ଜଣଙ୍କ ସ୍ବାବ ବ୍ରହ୍ମପୁର ଠାରେ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ସେହିପରି ଅନ୍ୟ ୨ ଜଣଙ୍କ ସ୍ବାବ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି। ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ ପାଣିଗ୍ରାହୀ ଓ ତାଙ୍କ ଟିମ୍‌ ସ୍ବାସ୍ଥ୍ୟ ସମ୍ପର୍କୀୟ ବିଷୟ ମନିଟରିଂ କରୁଛନ୍ତି। ବାହାରେ ମଧ୍ୟ ପୋଲିସ ଜଗିଛି।