ବରୀ,୨୭।୨(ସ୍ବ.ପ୍ର)- ଯାଜପୁର ଜିଲା ବରୀ ବ୍ଲକ ଅଧୀନ କଳାମାଟିଆ ପଞ୍ଚାୟତ କାଇପଡ଼ା ହାଇସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ କ୍ୟାମେରା ଓ ହାର୍ଡଡିକ୍ସ ଚୋରି ହୋଇଯାଇଥିବା ନେଇ ବରୀ ଥାନାରେ ବୁଧବାର ଅଭିଯୋଗ ହୋଇଛି। ବରୀ ପୋଲିସ ପକ୍ଷରୁ ମାମଲା (ନଂ.୫୨/୨୦୨୦) ରୁଜୁ କରାଯାଇ ତଦନ୍ତ କରାଯାଉଛି। ଗୁରୁବାର ସୁଦ୍ଧା ଚୋରକୁ ପୋଲିସ ଠାବ କରି ପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଣାଯାଇଛି ଯେ, ଚଳିତ ମାଟ୍ରିକ ପରୀକ୍ଷାରେ ବରୀ ନୋଡାଲ କୃପାସିନ୍ଧୁ ବିଦ୍ୟାଭବନ ଅଧୀନରେ ବରୀ ଓ ବଡ଼ଚଣାର ୧୫ଟି ପରୀକ୍ଷାକେନ୍ଦ୍ର ରହିଛି। ଏହିସବୁ ପରୀକ୍ଷା କେନ୍ଦ୍ରରେ ୨୫୦୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା ରହିଥିଲାବେଳେ ବୁଧବାର ମୋଟ ୬୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ କାଇପଡା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଛି। ତେବେ କାଇପଡା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗୋଟିଏ କ୍ୟାମେରା ଓ ହାର୍ଡଡିକ୍ସ ଚୋରି ହୋଇଥିବାବେଳେ ଏହି ପରୀକ୍ଷା କେନ୍ଦ୍ରର ୭ଟି ଆଲମିରାକୁ ଚୋର ଭାଙ୍ଗି ଦେଇଥିବା ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ତଥା ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହିତ ବ୍ଲକ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀ, ବିଡିଓଙ୍କ ନିକଟରେ ପ୍ରଧାନ ଶିକ୍ଷକ ମଲ୍ଲିକ ଚୋରି ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ବୁଧବାର ଫ୍ଲାଇଂ ସ୍କ୍ବାର୍ଡ ନଂ ୧୦୦୮ ଦ୍ୱାରା ଏହି କେନ୍ଦ୍ରରେ ପରୀକ୍ଷା ପରିଚାଳିତ ହୋଇଯାଇଛି। ଫ୍ଲାଇଂ ସ୍କ୍ବାର୍ଡ ଟିମ୍ରେ ବରୀ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା, ଧର୍ମଶାଳା ଶିକ୍ଷାଧିକାରୀ ପ୍ରଫୁଲ ବେହେରା, ଜିଲା ବିଜ୍ଞାନ ସୁପରଭାଇଜର ବିଷ୍ଣୁଚରଣ ପଣ୍ଡା ପରୀକ୍ଷା ପରିଚାଳନା କରିଥିଲେ। ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନା ଏହି ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ। ଅପରପକ୍ଷରେ ଚୋରି ଘଟଣାର ତଦନ୍ତ କରାଯାଉଛି। ଖୁବ୍ଶୀଘ୍ର ଚୋର ଧରାପଡିବ ବୋଲି ଥାନାଧିକାରୀ ମିଶ୍ର କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
କାର-ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର
ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ରେ ଥିବା…
କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
Archives

