Categories: ଜାତୀୟ

ପରୀକ୍ଷାରେ ବହି ଦେଖି କପି କରି ବି ୭୦ ଶିକ୍ଷକ ହେଲେ ଫେଲ୍‌

ଭୋପାଳ,୨୦।୧୦: ମଧ୍ୟପ୍ରଦେଶରେ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଏକ ପରୀକ୍ଷାରେ ବହି ଦେଖି କପି କରି ମଧ୍ୟ ୭୦ ସରକାରୀ ସ୍କୁଲ୍‌ ଶିକ୍ଷକ ଫେଲ୍‌ ହୋଇଛନ୍ତି। ପୂର୍ବରୁ ପ୍ରଥମଥର ହୋଇଥିବା ଏହି ପରୀକ୍ଷାରେ ଫେଲ୍‌ ହୋଇଥିବା ୧୪ ଶହ ଜଣ ଶିକ୍ଷକଙ୍କୁ ପାଶ୍‌ ହେବା ପାଇଁ ଦ୍ୱିତୀୟଥର ସୁଯୋଗ ଦିଆଯାଇଥିଲା। ତେବେ ପରୀକ୍ଷା ଦେବା ପାଇଁ ୧୨ ଶହ ୫୦ ଜଣ ଶିକ୍ଷକ ଆସିଥିବାବେଳେ ଶହେ ୧୭ ଜଣ ଅନୁପସ୍ଥିତ ଥିଲେ। ପାଶ୍‌ରେ ସୁବିଧା ପାଇଁ ସେମାନଙ୍କୁ ବହି ଦେଖି ଲେଖିବାର ସୁଯୋଗ ମଧ୍ୟ ଦିଆଯାଇଥିଲା। ମାତ୍ର ଶିକ୍ଷକମାନେ ପାଶ୍‌ ନମ୍ବର ରଖିବାକୁ ସକ୍ଷମ ହୋଇପାରି ନ ଥିଲେ। ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ମୁଖ୍ୟ ଶିକ୍ଷା ସଚିବ ରଶ୍ମୀ ଅରୁଣ ଶାମି ଶିକ୍ଷକଙ୍କ ପରୀକ୍ଷା ଖାତା ଯାଞ୍ଚ୍‌ ପାଇଁ ମଗାଇଛନ୍ତି।

Share