ପରୀକ୍ଷାଜନିତ ଚାପ ହ୍ରାସ କରିବ ‘ପରୀକ୍ଷା ପର୍ବ’

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଆଉ ଅଳ୍ପଦିନ ରହିଲା ଦଶମ ଓ ଯୁକ୍ତ୨ ପରୀକ୍ଷା। ପରୀକ୍ଷାକୁ ନେଇ ମାତାପିତାମାନେ ଚିନ୍ତିତ ହେଉଥିବାବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭୟ, ଅବସାଦ ଏବଂ ଆତ୍ମହତ୍ୟା ଭଳି ବିଚାର ଉତ୍ପନ୍ନ ହୋଇଥାଏ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ‘ପରୀକ୍ଷା ପର୍ବ’ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି। ଏହି କ୍ରମରେ ୬ ଆକାଂକ୍ଷିତ ଜିଲା ଯଥା କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଢେଙ୍କାନାଳ ଓ ଗଜପତିରେ ଏହି ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ସହ ସମ୍ପୃକ୍ତ ସମସ୍ତ ଜିଲା ଅଧିକାରୀ ଯଥା ଜିଲା ଶିକ୍ଷାଧିକାରୀ, ଜିଲା ସଂଯୋଜକ, ଜିଲା ମଙ୍ଗଳ ଅଧିକାରୀ, ଜିଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ, ଜିଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲାର ପ୍ରମୁଖ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକମାନେ ଏଥିରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱବିଦ୍‌ମାନେ ତାଙ୍କର ବିଚାର ତଥା ଉପଦେଶ ପ୍ରଦାନ କରିଥିଲେ। ସମସ୍ତ ଜିଲାର ଜିଲାପାଳ ଓ ଆରକ୍ଷୀ ଅଧିକାରୀ ମଧ୍ୟ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯଥୋଚିତ ସହଯୋଗ ଓ ମାର୍ଗଦର୍ଶନ କରିଥିଲେ। ଏ ସମ୍ପର୍କରେ ସୋମବାର ଆୟୋଗ ପକ୍ଷରୁ ଷ୍ଟେଟ୍‌ ଗେଷ୍ଟ ହାଉସ୍‌ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚିତ କରାଯାଇଛି।
ସଚେତନତା କାର୍ଯ୍ୟକ୍ରମକୁ କିଭଳି ସମ୍ପନ୍ନ କରାଯାଇଥିଲା ସେନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ ସମ୍ମିଳନୀରେ ସମସ୍ତ ସୂଚନା ଦେଇଥିଲେ। ସେ କହିଥିଲେ, ପରୀକ୍ଷାଜନିତ ଚାପରୁ ୨୦୧୪ରୁ ୨୦୧୬ ଅର୍ଥାତ ୨ବର୍ଷ ମଧ୍ୟରେ ସାରା ଭାରତରେ ୨୬,୪୭୬ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷା ଫଳ ପ୍ରକାଶନ ପରେ ଚାପଗ୍ରସ୍ତ ହୋଇ ୭,୪୬୨ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଥିବା ଜାତୀୟ ପରିବାର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ପରୀକ୍ଷା ଏକ ଚାପ ନୁହେଁ ବରଂ ପରୀକ୍ଷାକୁ ଏକ ପର୍ବ ଭାବେ ଗ୍ରହଣ କରିବା ପାଇଁ ଛାତ୍ରୀଛାତ୍ର, ମାତାପିତା, ଅଭିଭାବକମାନେ ନିଜ ମଧ୍ୟରେ ଏକ ସକାରାତ୍ମକ ମନୋଭାବ ରଖିବା ଆବଶ୍ୟକ ବୋଲି ସନ୍ଧ୍ୟାବତୀ କହିଛନ୍ତି। ପିଲାମାନେ କୌଣସି ଚାପର ବଶବର୍ତ୍ତୀ ନ ହୋଇ ଚଳିତ ପରୀକ୍ଷା ଋତୁକୁ ଅତିବାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଭ୍ୟ ହରିହର ନାୟକ, ଡ. ଗୀତାଞ୍ଜଳି ବସ୍ତିଆ, ମନ୍ଦାକିନୀ କର ଓ ଦିବ୍ୟା ଶାଶ୍ୱତୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri