Categories: ଜାତୀୟ

ପରିବେଶ ସୁରକ୍ଷା ପାଇଁ ନିଜ ଗୋତ୍ରର ନାଁ ବଦଳାଉଛନ୍ତି ଲୋକେ

ବସ୍ତର,୧୩।୭: ଛତିଶଗଡ଼ ବସ୍ତରର ଆଦିବାସୀମାନେ ଏବେ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ଉପାୟ ଆଣାଇଛନ୍ତି। ଏମାନେ ବିଭିନ୍ନ ବୃକ୍ଷ ଓ ପଶୁପକ୍ଷୀଙ୍କ ନାଁ ଅନୁଯାୟୀ ନିଜର ଗୋତ୍ର ରଖୁଛନ୍ତି। ଏହାଦ୍ୱାରା ସ୍ବାଭାବିକ ଭାବେ ପରିବେଶର ସୁରକ୍ଷା ହୁଏ ବୋଲି ଏମାନେ କୁହନ୍ତି। ଏମାନଙ୍କ କହିବା କଥା ହେଲା ଯେଉଁ ଗଛର ନାଁ ଅନୁଯାୟୀ ଏମାନେ ନିଜର ଗୋତ୍ର ରଖିଥିବେ ସେ ଗଛକୁ ନ କାଟି ସୁରକ୍ଷା ଦିଆଯାଇଥାଏ। କୁହାଯାଏ ଯଦି ସେ ଗଛକୁ କାଟି ଦିଆଯାଏ ବା କୌଣସି ଆଘାତ ଦିଆଯାଏ ତେବେ ଏହା କୂଳ ଦେବତାଙ୍କ ଅସମ୍ମାନ କରିବା ସହ ସମାନ ହୋଇଥାଏ ଓ ଏହାଦ୍ୱାରା ମହାପାପ ହୋଇଥାଏ। ସେହିପରି ଯେକୌଣସି ପଶୁପକ୍ଷୀଙ୍କ ନାମ ଅନୁଯାୟୀ ଗୋତ୍ର ଥିଲେ ସେମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଥାଏ। ଫଳରେ ସ୍ବାଭାବିକ ଭାବେ ପରିବେଶର ସୁରକ୍ଷା ହୋଇଥାଏ।

Share