ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା ସ୍ବିଡେନ୍‌ର ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ ମଙ୍ଗଳବାର ପରିବେଶ ପୁରସ୍କାର ନେବାକୁ ମନା କରିଦେଇଛନ୍ତି। ପjରିବେଶ ସୁଧାରିବା ଓ ପରିବେଶରେ ସନ୍ତୁଳନ ରକ୍ଷାକରିବା ଲାଗି କୌଣସି ପୁରସ୍କାରର ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଛନ୍ତି। କ୍ଷମତାରେ ଥିବା ଲୋକମାନେ ଏନେଇ ଜନସଚେତନତା ସୃଷ୍ଟିକରିବା ଓ ଏଥିରେ ସୁଧାର ଲାଗି ଆନ୍ଦୋଳନ କରିବା ଜରୁରୀ ବୋଲି ସେ କହିଛନ୍ତି। ଷ୍ଟକ୍‌ହେମ୍‌ରେ ନୋର୍ଡିକ କାଉନ୍‌ସିଲ ନାମକ ଏକ ଆଞ୍ଚଳିକ ସଂସ୍ଥା ପରିବେଶ ସୁରକ୍ଷା ନେଇ ଗ୍ରେଟାଙ୍କୁ ପୁରସ୍କୃତ କରିଥାନ୍ତା। ସ୍ବିଡେନ୍‌ ଓ ନରେଓ୍ବେ ପକ୍ଷରୁ ଗ୍ରେଟାଙ୍କୁ ପୁରସ୍କୃତ କରିବା ଲାଗି ଘୋଷଣା କରାଯାଇଥିବାବେଳେ ସେ ମନା କରିଦେଇଛନ୍ତି। ପ୍ରାୟ ୫୨ ହଜାର ଆମେରିକୀୟ ଡଲାର୍‌ର ପୁରସ୍କାର ତାଙ୍କୁ ମିଳିଥାନ୍ତା। ତେବେ ପରିବେଶ ସୁରକ୍ଷା ଲାଗି କୌଣସି ପୁରସ୍କାରର ଆବଶ୍ୟକତା ନାହିଁ ବୋଲି ଗ୍ରେଟା କହିଛନ୍ତି। ସାମ୍ପ୍ରତିକ ବିଜ୍ଞାନ ଓ ପରିବେଶ ସମ୍ପର୍କରେ ସଚେତନ ହୋଇ ବିଶ୍ୱ ନେତାମାନେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ବୋଲି ସେ ମତ ଦେଇଛନ୍ତି। ବିଭିନ୍ନ ସ୍ତରରେ ପରିବେଶ ସୁରକ୍ଷା ଓ ସଚେତନତା ନେଇ ଆନ୍ଦୋଳନ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Share