ପରିବେଶ ପର୍ଯ୍ୟଟନସ୍ଥଳୀରେ ବଢ଼ୁଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ନୟାଗଡ଼ ଜିଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଛୋଟ ଆଭ୍ୟନ୍ତରୀଣ ଗ୍ରାମ ବଡ଼ମୂଳ ସମ୍ପର୍କରେ ଦିନେ କେହି ଶୁଣି ନ ଥିଲେ କି ଜାଣି ନ ଥିଲେ। ହେଲେ ଆଜି ଏହି ଗାଁ ଦେଶ, ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି। ଓଡ଼ିଶାର ଏକ ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀଭାବେ ଏହା ସାରା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ୨୦୧୬ରେ ମହାନଦୀ କୂଳରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଠିକ୍‌ ମଧ୍ୟଭାଗରେ ପ୍ରତିଷ୍ଠା ହୋଇଥିବା ‘ସାତକୋଶିଆ ସ୍ୟାଣ୍ଡ୍‌ ରିସର୍ଟ ଆଣ୍ଡ ନେଚର କ୍ୟାମ୍ପ୍‌’ ଲଗାତର ଦ୍ୱିତୀୟବର୍ଷ ପାଇଁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ଆଦାୟ କରି ରେକର୍ଡ ପ୍ରତିଷ୍ଠା କରିଛି। ପର୍ଯ୍ୟଟନ ଏବଂ ବନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ମୁଣ୍ଡ ଟେକିଥିବା ଏହି ଇକୋଟୁରିଜମ୍‌ ପ୍ରକଳ୍ପ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏକ ଗ୍ରାମ କମ୍ୟୁନିଟି ପ୍ରୋଜେକ୍ଟ ମାଧ୍ୟମରେ ଏତେ ମୋଟାଅଙ୍କର ଲାଭାଂଶ ଅର୍ଜନ କରିବାରେ ସଫଳ ହୋଇଛି। କେବଳ ପରିବେଶ ପର୍ଯ୍ୟଟନ ନୁହେଁ, ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଏହା ଏକ ମଡେଲ ଗ୍ରାମରେ ପରିଣତ ହୋଇଛି।
ବଡ଼ମୂଳର ୩୪ଜଣ ବାସିନ୍ଦାଙ୍କ ଦ୍ୱାରା ପରିଚାଳିତ ଏହି ନେଚର କ୍ୟାମ୍ପ୍‌ ୨୦୧୮-୧୯ ଆର୍ଥିକବର୍ଷରେ ମୋଟ ୧.୩ କୋଟି ଟଙ୍କାର ରାଜସ୍ବ ଦେବା ସହ ୪୪୫୦ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ତନ୍ମଧ୍ୟରେ ଜର୍ମାନ, ଫ୍ରାନ୍ସ ଏବଂ ବ୍ରିଟେନ୍‌ ଭଳି ରାଷ୍ଟ୍ରରୁ ୨୦%ରୁ ଅଧିକ ବିଦେଶୀ ପର୍ଯ୍ୟଟକ ରହିଥିଲେ। ସେହିଭଳି ୨୦୧୯-୨୦ ଆଥିର୍ର୍କବର୍ଷରେ ଫେବୃୟାରୀ ସୁଦ୍ଧା ଏଠାକୁ ୪୫୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସିସାରିଥିବା ବେଳେ ରାଜସ୍ବ ଆୟ ୧ କୋଟି ଟପିଯାଇଛି। ପ୍ରାକୃତିକ ପରିବେଶର ଶୋଭା ସାଙ୍ଗକୁ ବାର୍ଡିଂ, ବୋଟିଂ, ସାଇକ୍ଲିଂ, ଟ୍ରେକିଂ, ସ୍ପୋର୍ଟସ, ଫାର୍ମ ଭିଜିଟ୍‌, ଭିଲେଜ୍‌ ଟୁର୍‌, କ୍ୟାନପି ଓ୍ବାକ୍‌ ଭଳି ବିଭିନ୍ନ ପ୍ରକାର ଆକ୍ଟିଭିଟି ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଅନ୍ୟପକ୍ଷରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିବାବେଳେ ଏହା ଏବେ ସଫଳ ହୋଇଛି। ବଡ଼ମୂଳ ସହ ଏହାର ଆଖପାଖ ୫ରୁ ୬ ଗ୍ରାମର ଗ୍ରାମବାସୀଙ୍କ ଆଥିର୍ର୍କାବସ୍ଥାର ଉନ୍ନତି ଘଟିଛି। ପ୍ରକଳ୍ପ ସହ ଜଡ଼ିତ ପରିବାର ପୂର୍ବରୁ ୨୦ ହଜାର ଟଙ୍କାର ବାର୍ଷିକ ଆୟ କରୁଥିବା ବେଳେ ଏବେ ତାହା ଦେଢ଼ ଲକ୍ଷରୁ ୨ଲକ୍ଷ ହୋଇଛି। ସେହିଭଳି ବନ୍ୟଜନ୍ତୁଙ୍କ ଶିକାର କରି ଚଳୁଥିବା ଗ୍ରାମବାସୀ ଶିକାରୀ ପରିବର୍ତ୍ତେ ବନ୍ୟଜନ୍ତୁ ସଂରକ୍ଷକ ପାଲଟିଛନ୍ତି। ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ‘ପୋଚର୍ସ ଟର୍ନଡ୍‌ ପ୍ରୋଟେକ୍ଟର୍ସ ଅଫ୍‌ ସାତକୋଶିଆ’ କାର୍ଯ୍ୟକ୍ରମ ଏଠାକାର ଶିକାରୀମାନଙ୍କୁ ବୋଟ୍‌ମ୍ୟାନ୍‌, ଇକୋ ଗାଇଡ୍‌, ଆକାଉଣ୍ଟାଣ୍ଟ୍‌, ରୋଷେୟା, ସର୍ଭିସ୍‌ ପର୍ସନ୍‌, ମ୍ୟାନେଜର ଆଦିରେ ପରିଣତ କରିଛି।

ଶିମିଳିପାଳ, ଦେବ୍ରୀଗଡ଼, ଦାରିଙ୍ଗବାଡ଼ିରେ ବଢ଼ୁଛି ପର୍ଯ୍ୟଟକ ସଂଖ୍ୟା
ଅନ୍ୟପକ୍ଷରେ କେବଳ ବଡ଼ମୂଳ ନୁହେଁ, ଶିମିଳିପାଳ ନେଚରକ୍ୟାମ୍ପ୍‌ ଚଳିତ ଆର୍ଥିକବର୍ଷରେ ୧ କୋଟି ୭ ଲକ୍ଷ ଟଙ୍କାର ରାଜସ୍ବ ଆୟ କରିଛି, ଯାହାକି ଗତବର୍ଷ ଠାରୁ ଢେର୍‌ ଅଧିକ ବୋଲି ଇକୋଟୁରିଜମ୍‌ ଡିସିଏଫ୍‌ ଅଂଶୁ ପ୍ରଜ୍ଞା ଦାସ କହିଛନ୍ତି। ସେହିଭଳି ଦେବ୍ରୀଗଡ଼ ଇକୋଟୁରିଜମ୍‌ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ୭୫ ଲକ୍ଷ ଟଙ୍କା ଆୟ କରିଥିବାବେଳେ ଦାରିଙ୍ଗବାଡ଼ି ପ୍ରକଳ୍ପ ଗତବର୍ଷଠାରୁ ଦୁଇଗୁଣା ଅଧିକ ଲାଭ କରିଛି। ଭିତରକନିକା ପରିବେଶ ପର୍ଯ୍ୟଟନସ୍ଥଳୀ ୭୦ ଲକ୍ଷ ଟଙ୍କାର ରାଜସ୍ବ ଆୟ କରିଥିବାବେଳେ ଅନ୍‌ଲାଇନ୍‌ ବୁକିଂ, ଜଙ୍ଗଲ ସଫାରୀ, ଦୁଃସାହସିକ କ୍ରୀଡ଼ା ଭଳି ବ୍ୟବସ୍ଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri