‘ପରିବେଶ ଓ ପ୍ରକୃତି ଦିଏ ପ୍ରେରଣା’

ସିମୁଳିଆ, ୧ା୫(ଡି.ଏନ.ଏ.)-ଆମ ଚାରିପାଖରେ  ନିୟମିତ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ଯାହା ଜୀବନ ଯେତେ ଘଟଣାବହୁଳ ତାହା ଲେଖାଲେଖି କରିବାକୁ ଖୋରାକ ଯୋଗାଇଥାଏ ବୋଲି ସାରସ୍ବତ ସାଧନାରେ ବ୍ରତୀ ରହୁଥିବା ଶିକ୍ଷୟିତ୍ରୀ କାଞ୍ଚନବାଳା ମଲିକ(୪୪) କହିଛନ୍ତି।  ସାହିତ୍ୟ ପଠନ ଲାଗି ଆଦର କମୁଥିବାରୁ ଅଭିଭାବକ ଓ ମା’ ବାପାମାନେ ପିଲାଙ୍କ ମଧ୍ୟରେ ପ୍ରାଥମିକ ସ୍ତରରୁ ଲେଖିବା ଓ ପଢ଼ିବା ଅଭ୍ୟାସ ବଢ଼ାଇବାକୁ ଉଦ୍ୟମ କରିବା ଦରକାର। ଏହା ପିିଲାଙ୍କ ନୈତିକ ଜ୍ଞାନ ବଢ଼ାଇବାରେ ସହାୟକ ହୋଇଥାଏ। ମା’ବାପାମାନେ ପିଲାଙ୍କୁ ସବୁବେଳେ ବହି ଉପହାର ଦେଲେ ଏହା ସେମାନଙ୍କ ଉପରେ ସକାରାମତ୍କ ପ୍ରଭାବ ପକାଇପାରିବ ବୋଲି କାଞ୍ଚନବାଳା କହିଛନ୍ତି।

ପରିବେଶ, ପ୍ରକୃତି ଓ ସମୟର ସ୍ପନ୍ଦନକୁ ଲେଖନୀରେ ରୂପାୟିତ କରି କାଞ୍ଚନବାଳା ଗଳ୍ପ କବିତା ଲେଖିଥାନ୍ତି। ଶିକ୍ଷକତା ବୃତ୍ତିରେ ସମୟ ଅତିବାହିତ କରି ଅବସର ପାଇଲେ ଲେଖନୀ ଧରି ବସିପଡ଼ନ୍ତି।  ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶକୁ ନେଇ ଲେଖୁଥିବା ଗଳ୍ପ ଓ କବିତାକୁ ପାଠିକାପାଠକମାନେ ପସନ୍ଦ କରିଥାନ୍ତି। ବିଭିନ୍ନ ପତ୍ରପତ୍ରିକାରେ ଅଧିକ ଲେଖାଲେଖି କରିବା ସକାଶେ ଏହା ତାଙ୍କୁ ପ୍ରେରଣା ଯୋଗାଇ ଆସୁଛି ବୋଲି ସେ କହିଛନ୍ତି।

କାଞ୍ଚନବାଳା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ଲକ୍ଷ୍ମୀ ନାରାୟଣ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ସମୟରୁ  ସେ ନିଜ ବାପା ଶ୍ରୀଧରଙ୍କଠାରୁ ଲେଖାଲେଖି କରିବାକୁ ପ୍ରେରଣା ପାଇଥିଲେ ା ପାଳିଆବିନ୍ଧା ମାଧବାର୍ଜୁନ କଲେଜରେ ପଢୁଥିବା ସମୟରେ ସେ ଲେଖିଥିବା ନାରୀ କବିତା ପ୍ରକାଶ ପାଇଥିଲା। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।  ବିବାହ ପରେ ଶିକ୍ଷକତା କରୁଥିବା ତାଙ୍କ ସ୍ବାମୀ ପ୍ରସନ୍ନ ଧଳ ତାଙ୍କୁ ଏଥିଲାଗି ପ୍ରେରଣା ଯୋଗାଇ ଆସୁଛନ୍ତି ା ଅନୁରୂପ ପ୍ରେରଣା ପାଇ ତାଙ୍କ  ଝିଅ ପ୍ରସନ୍ନିକା ଓ ପୁଅ ଆଶିଷ ସାହିତ୍ୟ ପଠନ ପ୍ରତି ରୁଚି ରଖୁଛନ୍ତି। ପିଲାଙ୍କ ମଧ୍ୟରେ ପ୍ରତିଭା ଅନ୍ବେଷଣ ଲାଗି ଶିକ୍ଷାନୁଷ୍ଠାନରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ପ୍ରବନ୍ଧ, ଗଳ୍ପ ଓ କବିତା ଉପରେ ଆୟୋଜିତ ଉତ୍ସବରେ ବିଚାରପତି ରୂପେ ଯୋଗ ଦେଇ ଶିଶୁମାନଙ୍କ ଲେଖାର ମୂଲ୍ୟାୟନ କରିଥାନ୍ତି ବୋଲି କାଞ୍ଚନବାଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri