ପରିବେଶ ଓ ଜଙ୍ଗଲ ଅନୁମତି ଅବଧି ଶେଷ: ଜଗନ୍ନାଥ କୋଇଲା ଖଣି କାର୍ଯ୍ୟ ବନ୍ଦ

ତାଳଚେର,୨ା୧୦(ନି.ପ୍ର.)-ତାଳଚେରଠାରେ ଥିବା ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିର ଏନ୍‌ଭାଇରନମେଣ୍ଟାଲ ଓ ଫରେଷ୍ଟ କ୍ଲିୟରାନ୍ସ ଅବଧି ଶେଷ ହୋଇଯାଇଥିବାରୁ ସୋମବାର ରାତି ୧୨ଟାରୁ ଖଣି ଖନନ କାର୍ଯ୍ୟ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନୋଟିସ ଜାରି କରାଯିବା ପରେ ଖନନ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ଠିକଣା ସମୟରେ ଉଚିତ ପଦକ୍ଷେପ ନିଆ ନ ଯିବାରୁ ଓ କେତେଜଣ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ବାର୍ଷିକ ୨୫ ମିଲିୟନ ଟନ ଉପତ୍ାଦନ କ୍ଷମତା ଥିବା ଜଗନ୍ନାଥ କୋଇଲା ଖଣିର ପରିବେଶ ଓ ଜଙ୍ଗଲ ଅନୁମତି ଅବଧି ୩୧ା୩ା୨୦୧୯ରେ ଶେଷ ହୋଇଯାଇଥିଲା। କର୍ତ୍ତୃପକ୍ଷ ୬ ମାସ ପାଇଁ ଏହାର ନବୀକରଣ କରାଇଥିଲେ। ଫଳରେ ୩୦ା୯ା୨୦୧୯ ଯାଏ ଅନୁମତି ଅବଧି ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଠାରୁ ଆଉ ଅନୁମତି ଆଣି ପାରି ନ ଥିଲେ। ଫଳରେ ଅକ୍ଟୋବର ୧ ଠାରୁ ଖଣି ଖନନ କାର୍ଯ୍ୟ ସହିତ କୋଇଲା ପରିବହନକୁ ବନ୍ଦ ରଖିବାକୁ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୩ରେ ପତ୍ରସଂଖ୍ୟା ୧୪୪୭ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଖଣିରୁ ଦୈନିକ ୨୦/୨୫ ହଜାର ଟନ୍‌ କୋଇଲା ଉତ୍ତୋଳନ ହୋଇଥାଏ ଓ ଟିଟିପିଏସ୍‌କୁ ୫/୬ ହଜାର ଟନ ଯୋଗାଇ ଦିଆଯାଇଥାଏ। ଜମି ଅଭାବରୁ କିଛିଦିନ ହେଲା ଉପତ୍ାଦନ ବାଧାପ୍ରାପ୍ତ ହୋଇ ଆସୁଥିଲା। ଏବେ ଖଣି ଖନନ ବନ୍ଦ ରହିଥିବାରୁ ଏହି କ୍ଷତି ପାଇଁ ଏମ୍‌ସିଏଲ୍‌ ପ୍ରବନ୍ଧନ କାହାକୁ ଦାୟୀ କରିବେ ଓ କି ପଦକ୍ଷେପ ନେବେ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ କନସେଣ୍ଟ ଟୁ ଅପରେଟ୍‌ (ସିଟିଓ) ନ ମିଳିବା ପର୍ଯ୍ୟନ୍ତ ପୁନଃ ଖଣି କାର୍ଯ୍ୟ ଆରମ୍ଭ ହୋଇପାରିବନି ବୋଲି ଜଣାପଡ଼ିଛି। ଏଥିପାଇଁ ଆହୁରି ୨/୩ ଦିନ ଖଣି ବନ୍ଦ ରହିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜଗନ୍ନାଥ ପ୍ରକଳ୍ପ ଅଧିକାରୀ ଏସ୍‌. ଚୌଧୁରୀ କହିଛନ୍ତି, ପରିବେଶ ମଞ୍ଜୁରୀ ନ ଥିବାରୁ ଖଣି କାର୍ଯ୍ୟ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri