ତାଳଚେର,୨ା୧୦(ନି.ପ୍ର.)-ତାଳଚେରଠାରେ ଥିବା ଏମ୍ସିଏଲ୍ ଜଗନ୍ନାଥ କୋଇଲା ଖଣିର ଏନ୍ଭାଇରନମେଣ୍ଟାଲ ଓ ଫରେଷ୍ଟ କ୍ଲିୟରାନ୍ସ ଅବଧି ଶେଷ ହୋଇଯାଇଥିବାରୁ ସୋମବାର ରାତି ୧୨ଟାରୁ ଖଣି ଖନନ କାର୍ଯ୍ୟ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନୋଟିସ ଜାରି କରାଯିବା ପରେ ଖନନ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ଠିକଣା ସମୟରେ ଉଚିତ ପଦକ୍ଷେପ ନିଆ ନ ଯିବାରୁ ଓ କେତେଜଣ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ବାର୍ଷିକ ୨୫ ମିଲିୟନ ଟନ ଉପତ୍ାଦନ କ୍ଷମତା ଥିବା ଜଗନ୍ନାଥ କୋଇଲା ଖଣିର ପରିବେଶ ଓ ଜଙ୍ଗଲ ଅନୁମତି ଅବଧି ୩୧ା୩ା୨୦୧୯ରେ ଶେଷ ହୋଇଯାଇଥିଲା। କର୍ତ୍ତୃପକ୍ଷ ୬ ମାସ ପାଇଁ ଏହାର ନବୀକରଣ କରାଇଥିଲେ। ଫଳରେ ୩୦ା୯ା୨୦୧୯ ଯାଏ ଅନୁମତି ଅବଧି ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଏମ୍ସିଏଲ୍ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଠାରୁ ଆଉ ଅନୁମତି ଆଣି ପାରି ନ ଥିଲେ। ଫଳରେ ଅକ୍ଟୋବର ୧ ଠାରୁ ଖଣି ଖନନ କାର୍ଯ୍ୟ ସହିତ କୋଇଲା ପରିବହନକୁ ବନ୍ଦ ରଖିବାକୁ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୩ରେ ପତ୍ରସଂଖ୍ୟା ୧୪୪୭ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଖଣିରୁ ଦୈନିକ ୨୦/୨୫ ହଜାର ଟନ୍ କୋଇଲା ଉତ୍ତୋଳନ ହୋଇଥାଏ ଓ ଟିଟିପିଏସ୍କୁ ୫/୬ ହଜାର ଟନ ଯୋଗାଇ ଦିଆଯାଇଥାଏ। ଜମି ଅଭାବରୁ କିଛିଦିନ ହେଲା ଉପତ୍ାଦନ ବାଧାପ୍ରାପ୍ତ ହୋଇ ଆସୁଥିଲା। ଏବେ ଖଣି ଖନନ ବନ୍ଦ ରହିଥିବାରୁ ଏହି କ୍ଷତି ପାଇଁ ଏମ୍ସିଏଲ୍ ପ୍ରବନ୍ଧନ କାହାକୁ ଦାୟୀ କରିବେ ଓ କି ପଦକ୍ଷେପ ନେବେ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ କନସେଣ୍ଟ ଟୁ ଅପରେଟ୍ (ସିଟିଓ) ନ ମିଳିବା ପର୍ଯ୍ୟନ୍ତ ପୁନଃ ଖଣି କାର୍ଯ୍ୟ ଆରମ୍ଭ ହୋଇପାରିବନି ବୋଲି ଜଣାପଡ଼ିଛି। ଏଥିପାଇଁ ଆହୁରି ୨/୩ ଦିନ ଖଣି ବନ୍ଦ ରହିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜଗନ୍ନାଥ ପ୍ରକଳ୍ପ ଅଧିକାରୀ ଏସ୍. ଚୌଧୁରୀ କହିଛନ୍ତି, ପରିବେଶ ମଞ୍ଜୁରୀ ନ ଥିବାରୁ ଖଣି କାର୍ଯ୍ୟ ବନ୍ଦ ରହିଛି।
Posted inଅନୁଗୋଳ, ଆମ ଜିଲା ଖବର View All
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…
ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ
ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…
Archives

