ତାଳଚେର,୨ା୧୦(ନି.ପ୍ର.)-ତାଳଚେରଠାରେ ଥିବା ଏମ୍ସିଏଲ୍ ଜଗନ୍ନାଥ କୋଇଲା ଖଣିର ଏନ୍ଭାଇରନମେଣ୍ଟାଲ ଓ ଫରେଷ୍ଟ କ୍ଲିୟରାନ୍ସ ଅବଧି ଶେଷ ହୋଇଯାଇଥିବାରୁ ସୋମବାର ରାତି ୧୨ଟାରୁ ଖଣି ଖନନ କାର୍ଯ୍ୟ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନୋଟିସ ଜାରି କରାଯିବା ପରେ ଖନନ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ଠିକଣା ସମୟରେ ଉଚିତ ପଦକ୍ଷେପ ନିଆ ନ ଯିବାରୁ ଓ କେତେଜଣ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ବାର୍ଷିକ ୨୫ ମିଲିୟନ ଟନ ଉପତ୍ାଦନ କ୍ଷମତା ଥିବା ଜଗନ୍ନାଥ କୋଇଲା ଖଣିର ପରିବେଶ ଓ ଜଙ୍ଗଲ ଅନୁମତି ଅବଧି ୩୧ା୩ା୨୦୧୯ରେ ଶେଷ ହୋଇଯାଇଥିଲା। କର୍ତ୍ତୃପକ୍ଷ ୬ ମାସ ପାଇଁ ଏହାର ନବୀକରଣ କରାଇଥିଲେ। ଫଳରେ ୩୦ା୯ା୨୦୧୯ ଯାଏ ଅନୁମତି ଅବଧି ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଏମ୍ସିଏଲ୍ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଠାରୁ ଆଉ ଅନୁମତି ଆଣି ପାରି ନ ଥିଲେ। ଫଳରେ ଅକ୍ଟୋବର ୧ ଠାରୁ ଖଣି ଖନନ କାର୍ଯ୍ୟ ସହିତ କୋଇଲା ପରିବହନକୁ ବନ୍ଦ ରଖିବାକୁ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୨୩ରେ ପତ୍ରସଂଖ୍ୟା ୧୪୪୭ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଖଣିରୁ ଦୈନିକ ୨୦/୨୫ ହଜାର ଟନ୍ କୋଇଲା ଉତ୍ତୋଳନ ହୋଇଥାଏ ଓ ଟିଟିପିଏସ୍କୁ ୫/୬ ହଜାର ଟନ ଯୋଗାଇ ଦିଆଯାଇଥାଏ। ଜମି ଅଭାବରୁ କିଛିଦିନ ହେଲା ଉପତ୍ାଦନ ବାଧାପ୍ରାପ୍ତ ହୋଇ ଆସୁଥିଲା। ଏବେ ଖଣି ଖନନ ବନ୍ଦ ରହିଥିବାରୁ ଏହି କ୍ଷତି ପାଇଁ ଏମ୍ସିଏଲ୍ ପ୍ରବନ୍ଧନ କାହାକୁ ଦାୟୀ କରିବେ ଓ କି ପଦକ୍ଷେପ ନେବେ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ କନସେଣ୍ଟ ଟୁ ଅପରେଟ୍ (ସିଟିଓ) ନ ମିଳିବା ପର୍ଯ୍ୟନ୍ତ ପୁନଃ ଖଣି କାର୍ଯ୍ୟ ଆରମ୍ଭ ହୋଇପାରିବନି ବୋଲି ଜଣାପଡ଼ିଛି। ଏଥିପାଇଁ ଆହୁରି ୨/୩ ଦିନ ଖଣି ବନ୍ଦ ରହିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜଗନ୍ନାଥ ପ୍ରକଳ୍ପ ଅଧିକାରୀ ଏସ୍. ଚୌଧୁରୀ କହିଛନ୍ତି, ପରିବେଶ ମଞ୍ଜୁରୀ ନ ଥିବାରୁ ଖଣି କାର୍ଯ୍ୟ ବନ୍ଦ ରହିଛି।
Posted inଅନୁଗୋଳ, ଆମ ଜିଲା ଖବର View All
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...
ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…
ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ…
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
Archives


