ପରିବେଶ ଉପଯୋଗୀ କାର୍ତ୍ତିକ ପୂର୍ଣ୍ଣିମା ଚିନ୍ତା : ସୋଲ, ଜରି ଡଙ୍ଗା ଉପରେ ଲାଗୁନି କଟକଣା

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ) : ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ଏହି ଦିନ ସକାଳୁ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ଡଙ୍ଗା ଭସାଇ ଲୋକେ ଓଡ଼ିଶାର ପ୍ରାଚୁର୍ଯ୍ୟ ଐତିହ୍ୟକୁ ମନେପକାଇଥାନ୍ତି। ସାଧାରଣତଃ କଦଳୀ ବାସୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ ଥୋଇ ଏହି ଉତ୍ସବ ପାଳନ କରିବାର ନିୟମ ରହିଛି। ହେଲେ ଧୀରେ ଧୀରେ ସୋଲ, ଜରି ଓ କାଗଜ ପ୍ରସ୍ତୁତ ଡଙ୍ଗା କଦଳୀ ବାସୁଙ୍ଗା ଡଙ୍ଗାର ସ୍ଥାନ ନେବାକୁ ବସିଲାଣି, ଯାହାର କୁପ୍ରଭାବ ସିଧାସଳଖ ପରିବେଶ ଉପରେ ପଡ଼ୁଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସରିବା ପରେ କୁଢ଼ କୁଢ଼ ଆବର୍ଜନା ନଦୀ, ସମୁଦ୍ର ସହ ବିଭିନ୍ନ ଜଳଉତ୍ସରେ ଜମାହୋଇ ରହୁଛି। ପରିବେଶ ଉପଯୋଗୀ କଦଳୀ ବାସୁଙ୍ଗା ଡଙ୍ଗା ବଜାରରେ ଉପଲବ୍ଧ ହେଉ ନ ଥିବାବେଳେ ଯଦି ମିଳୁଛି, ତାହାର ଦାମ୍‌ ଅଧିକ ରହୁଛି। ତେଣୁ କମ୍‌ ଦାମ୍‌ରେ ମିଳୁଥିବା ସୋଲ ଓ ଜରିରେ ପ୍ରସ୍ତୁତ ଡଙ୍ଗା ନେବାକୁ ଲୋକେ ପସନ୍ଦ କରୁଛନ୍ତି। ଚଳିତବର୍ଷ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ସୋଲ୍‌ ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ପ୍ରତିବର୍ଷ ଭଳି ଗଦା ଗଦା ସୋଲ ଓ ଜରି ନିର୍ମିତ ଡଙ୍ଗା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ କିଛି ସାମାଜିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷ ଗ୍ରୀନ୍‌ ହୋଲି ଓ ଗ୍ରୀନ୍‌ ଦୀପାବଳି ଭଳି ଚଳିତବର୍ଷ ନିଆରା ଭାବେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବାକୁ ଯୋଜନା କରିଛନ୍ତି। ସୋଲ ଓ ଜରିରେ ପ୍ରସ୍ତୁତ ଡଙ୍ଗା ପରିବର୍ତ୍ତେ କଦଳୀ ବାସୁଙ୍ଗା ଡଙ୍ଗା ଭସାଇ ଏହି ପାରମ୍ପରିକ ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବେଶ ଉପଯୋଗୀ ଡଙ୍ଗା ଭସାଇ ଜଳଉତ୍ସକୁ ପ୍ରଦୂଷଣମୁକ୍ତ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ଏହାଛଡ଼ା କେତେକ ସଂସ୍ଥା ଏବଂ ଛାତ୍ରୀଛାତ୍ର ପୂର୍ଣ୍ଣିମା ପରଦିନ ଜଳଉତ୍ସ ପରିସରକୁ ସଫା କରିବାକୁ
ସ୍ଥିର କରିଛନ୍ତି। ଐତିହାସିକ ଦୟାନଦୀ କୂଳରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋଚ୍‌) ପକ୍ଷରୁୁ ଚଳିତବର୍ଷ ‘୮ମ ଦୟାନଦୀ ବୋଇତ ବନ୍ଦାଣ ଉସତ୍ବ’ ପାଳନ ହେବାକୁ ଥିବାବେଳେ ସୋଲ ଓ ପ୍ଲାଷ୍ଟିକ ଡଙ୍ଗା ବଦଳରେ ପାରମ୍ପରିକ କଦଳୀ ବାସୁଙ୍ଗା ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ। ଏଥିପାଇଁ ମାଗଣାରେ କଦଳୀ ବାସୁଙ୍ଗା ଡଙ୍ଗା ଯୋଗାଇ ଦିଆଯିବାକୁ ମଧ୍ୟ ସ୍ଥିର ହୋଇଛି। ସେହିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ନଦୀ କୂଳରେ ବାଣ ନ ଫୁଟାଇବା ନିମନ୍ତେ ଶ୍ରଦ୍ଧାଳୁଙ୍କୁ କାପୋଚ୍‌ ଅନୁରୋଧ କରିବ। ଏହାବ୍ୟତୀତ ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ସୁସଜ୍ଜିତ କାଠ ନିର୍ମିତ ଡଙ୍ଗାରେ ବୋଇତ ବନ୍ଦାଣ ଉସତ୍ବ ଅନୁଷ୍ଠିତ ହେବା ସହ ପୂର୍ଣ୍ଣିମା ପରଦିନ ଅନୁଷ୍ଠାନ ତରଫରୁ ଘାଟ ସଫେଇ କରାଯିବ।

ଆବର୍ଜନାରୁ ଡଙ୍ଗା

ଚଳିତବର୍ଷ ନିଆରା ଶୈଳୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସପ୍ତମ ବାଟାଲିୟନ୍‌ର ଅବସରପ୍ରାପ୍ତ ସୈନିକ ଭାଗୀରଥି ଦଳସିଂହରାୟ। ଦିନେ ଦେଶ ପାଇଁ ବନ୍ଧୁକ ଧରିଥିବା ଭାଗୀରଥିଙ୍କ ବୟସ ଆସି ୭୨ ଟପିଥିଲେ ମଧ୍ୟ ଦେଶସେବା ପାଇଁ ଏବେ ବି ସେ ଯବାନ ଅଛନ୍ତି। ରାସ୍ତାଘାଟରେ ପଡ଼ି ପ୍ରଦୂଷଣ କରୁଥିବା ଥର୍ମୋକଲ ବା ସୋଲକୁ ଗୋଟାଇ ସେଥିରୁ ସେ ବିଭିନ୍ନ ଡିଜାଇନ୍‌ର ଡଙ୍ଗା ପ୍ରସ୍ତୁତ କରୁଛନ୍ତି। ନୂଆ ସୋଲ କିଣି ଡଙ୍ଗା ପ୍ରସ୍ତୁତ କରିବା ପରିବର୍ତ୍ତେ ଯାହା ଆଗରୁ ପରିବେଶକୁ ପ୍ରଦୂଷଣ କରିଛି ତାହାକୁ ସଂଗ୍ରହ କରି ଡଙ୍ଗା ତିଆରି କରି ବିକିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଲର ଆକାର ଅନୁଯାୟୀ ଡଙ୍ଗା ତିଆରି ହେଉଥିବାବେଳେ ତାଙ୍କର ପ୍ରତ୍ୟେକ ଡଙ୍ଗାରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳିଥାଏ। ଜାତୀୟ ପତାକାରୁ ଆରମ୍ଭ କରି ତ୍ରିରଙ୍ଗା ରଙ୍ଗରେ ସଜାଯାଇଥିବା ଡଙ୍ଗା ବିଶେଷ ଆକର୍ଷଣ ସାଜୁଛି। ସେହିଭଳି ବିଭିନ୍ନ ଦେବଦେବୀଙ୍କୁ ସେ ଡଙ୍ଗାରେ ସ୍ଥାନୀତ କରିବା ସହ ନୂଆ ନୂଆ ଡିଜାଇନ୍‌ ପ୍ରସ୍ତୁତ କରୁଛନ୍ତି। ୟୁନିଟ୍‌-୧ ହାଟ ଏବଂ ବିଡିଏ ମାକେର୍ଟରେ ବିକ୍ରି ହେଉଥିବା ଏହି ଡଙ୍ଗାର ମୂଲ୍ୟ ୫ଟଙ୍କାରୁ ଆରମ୍ଭକରି ୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri