Categories: ଜାତୀୟ

ପରିବା ବିକାଳୀଙ୍କ ପୁଅଙ୍କୁ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ଭାଜପା ପକ୍ଷରୁ ଜଣେ ପରିବା ବିକାଳୀଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି। ଘୋସି ବିଧାନସଭା ଆସନରେ ଭାଜପା ପକ୍ଷରୁ ବିଜୟ ରାଜଭରଙ୍କୁ ପ୍ରାର୍ଥୀ କରାଯାଇଛି। ବିଜୟଙ୍କ ପିତା ନନ୍ଦ ଲାଲ୍‌ ଜଣେ ପରିବା ବିକାଳୀ। ଭାଜପା ପକ୍ଷରୁ ବିଜୟଙ୍କୁ ପ୍ରାର୍ଥୀ କରାଯିବା ପରେ ଏବେ ସେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଭାଜପା ପକ୍ଷରୁ ତାଙ୍କ ଉପରେ ଭରସା କରାଯାଇଥିବାରୁ ବିଜୟ ଦଳର ଉଚ୍ଚ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପିତା ନନ୍ଦ ଲାଲ୍‌ ମଧ୍ୟ ଏନେଇ ବେଶ୍‌ ଖୁସି ଅଛନ୍ତି।

Share