Categories: ଜାତୀୟ

ପରିବାର ଲୋକ ଶୁଦ୍ଧିକ୍ରିୟା ସାରିବାର କିଛି ସମୟ ପୂର୍ବରୁ ଘରେ ପହଞ୍ଚିଲେ ମୃତ ଘୋଷିତ କୃଷକ

ହାସନ,୨।୭: କର୍ନାଟକ ହାସନରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ କୃଷକ ନିଜ ପରିବାର କଳହରୁ ଅତିଷ୍ଠ ହୋଇ ଘରଛାଡ଼ି ନିଜ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ୧୫ ଦିନ ପରେ ଘରକୁ ଫେରିବା ପାଇଁ ପ୍ରସ୍ତୃତି କରୁଥିବା ବେଳେ ଗଁାରେ ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ। ସୂଚନାଯୋଗ୍ୟ, ହାସନ ଅନ୍ତର୍ଗତ ଶାଖା ଗଁାର କୃଷକ ଶିବାନ୍ନା(୪୫) ପାରିବାରିକ କଳହରୁ ଅତିଷ୍ଠ ହୋଇ ଘରଛାଡ଼ି ଜୁନ ୧୬ରେ ବେଙ୍ଗାଲୁରରେ ଥିବା ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିେଲେ। ପରିବାରଲୋକେ ବହୁ ଖୋଜାଖୋଜି ପରେ ଜୁନ ୧୮ରେ ଶିବାନ୍ନା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଦିନ ପୋଲିସକୁ ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗଳିତ ମୃତଦେହ ମିଳିଥିଲା। ମୃତଦେହଟି ଗଳିତ ହୋଇଥିବାରୁ ଠିକ୍‌ଭାବେ ଚିହ୍ନଟ ହୋଇପାରି ନ ଥିଲା। ହେଲେ ଏହା ଶିବାନ୍ନାଙ୍କ ମୃତ ଶରୀର ବୋଲି କହି ପୋଲିିସ ପରିବାରଲୋକଙ୍କ ଉପରେ ଚାପ ପକାଇବାରୁ ସେମାନେ ମୃତଦେହକୁ ପୋତିଦେଇଥିଲେ। ଜୁନ ୨୮କୁ ଶିବାନ୍ନାଙ୍କ ଶୁଦ୍ଧକ୍ରିୟା ଭୋଜିର ଆୟୋଜନ କରାଯାଇଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସେ ବେଙ୍ଗାଲୁରରେ ଥିବା ଜଣାପଡ଼ିଥିଲା। ଏହାପରେ ସମ୍ପର୍କୀୟଙ୍କ ଘରକୁ ଯାଇ ତାଙ୍କୁ ଦେଖିବା ପରେ ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା ବେଳେ ପରେ ଖୁସି ହୋଇଯାଇଥିଲେ। ଗଁାରେ ଶିବାନ୍ନା ଫେରାଇ ଆଣିଥିଲେ। ଏନେଇ ପୋଲିସକୁ ଖବର ମିଳିବା ପରେ ପୋତାଯାଇଥିବା ମୃତଦେହକୁ ପୁଣି ଉଦ୍ଧାର କରି ପୋଲିସ ଏହାର ପରିଚୟ ଖୋଜିବା ପାଇଁ ତଦନ୍ତ ଚଳାଇଛି।

Share