Categories: ଜାତୀୟ

ପରିବାର ନିୟୋଜନକୁ ନେଇ ଜାରି କରାଯାଇଥିବା ସର୍କୁଲାରକୁ ଫେରାଇ ନେଲେ ମଧ୍ୟପ୍ରଦେଶ ସରକାର

ଭୋପାଳ,୨୧।୨: ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଯାଇ ମଧ୍ୟପ୍ରଦେଶର କମଳନାଥ ସରକାର ଯେଉଁ ସର୍କୁଲାର ଜାରି କରିଥିଲେ ତାହା ପରେ ବିବାଦୀୟ ହୋଇ ପଡିବାରୁ ସରକାର ଏହାକୁ ଫେରାଇ ନେଇଥିବା କହିଛନ୍ତି। ମଧ୍ୟପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀ ତୁଳସୀ ସିଲାଓ୍ବତ ଏହା ଫେରାଇ ନିଆଯାଇଥିବା ଶୁକ୍ରବାର କହିଛନ୍ତି। ସେ କହିଛନ୍ତି ପରିବାର ନିୟୋଜନ ପାଇଁ ସରକାର କାହାକୁ ବାଧ୍ୟ କରିବେ ନାହିଁ। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସରକାର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଏକ ଅଜବ ଧରଣର ସର୍କୁଲାର ଜାରି କରିଥିଲେ। ଏଥିରେ ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କୁ କୁହାଯାଇଥିଲା କି ଅତିକମ୍‌ରେ ଜଣଙ୍କର ଅତ୍ସୋପଚାର କରାଯିବା ଦରକାର। ଯଦି କେହି ସ୍ବାସ୍ଥ୍ୟକର୍ମୀ ଏହା ନ କରି ପାରନ୍ତି ତେବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନଚେତ୍‌ ସେମାନଙ୍କ ଦରମା କାଟି ଦିଆଯିବ।

Share