Categories: ଜାତୀୟ

ପରିବାରର ସହଯୋଗ ନ ମିଳିବାରୁ ପୋଲିସ ଷ୍ଟେଶନରେ ବିବାହ କଲେ ପ୍ରେମୀ ଯୁଗଳ

ଲକ୍ଷ୍ନୌ,୧୮।୨: ଉତ୍ତର ପ୍ରଦେଶ ଲକ୍ଷ୍ନୌର ପ୍ରେମୀ ଯୁଗଳ ମନିଷ ଓ କିରଣଙ୍କୁ ପରିବାର ଲୋକଙ୍କ ସହଯୋଗ ନ ମିଳିବାରୁ ସେମାନେ ପୋଲିସର ସହାୟତା ନେଇଥିଲେ। ଏହାପରେ ଲକ୍ଷ୍ନୌର ମହିଳା ଥାନାରେ ପୋଲିସ ଉପସ୍ଥିତିରେ ସୋମବାର ସେମାନଙ୍କର ବିବାହ ହୋଇଥିବା ଜଣାପଡିଛି। ବିଶେଷ କରି କନ୍ୟା ଘର ପକ୍ଷରୁ ସେମାନଙ୍କ ବିବାହକୁ ବିରୋଧ କରାଯିବାକୁ ସେ ଘରୁ ପଳାଇ ଆସିବା ସହ ପୋଲିସ କମିଶନରଙ୍କ ଘରେ ପହଞ୍ଚିଥିଲେ। ଏହାପରେ ଲକ୍ଷ୍ନୌ ମହିଳା ଥାନାର ଇନ୍‌-ଚାର୍ଜ ଶ୍ରଦ୍ଧା ଚୌଧୁରୀଙ୍କ ସହାୟତାରେ ଥାନାରେ ହିଁ ଏହି ପ୍ରେମୀ ଯୁଗଳ ବିବାହ କରିଥିଲେ।

Share