ପରିତ୍ୟକ୍ତ ନାଳରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗୀର ଅଫିସ, ୨୫।୫: ବଲାଙ୍ଗୀର ସହର ଲକ୍ଷ୍ମୀଯୋର ନିକଟରେ ଥିବା ଏକ ପରିତ୍ୟକ୍ତ ନାଳରୁ ଶୁକ୍ରବାର ସନ୍ଧ୍ୟାରେ ଏକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମୀନଗରପଡ଼ା ନିବାସୀ ଜଗନୁ ସ୍ବାଇଁଙ୍କ ୫ବର୍ଷର ପୁଅ ଜିତୁ।
ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରୁ ଜିତୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ରାତି ପ୍ରାୟ ୯ଟାରେ ଉକ୍ତ ନାଳ ପାଖରେ ଜିତୁଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।