ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ସୁନ୍ଦରଗଡ଼,୨୪।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡଗାଁ ବନାଞ୍ଚଳ ଅନ୍ତର୍ଗତ ବିରତଲା ଗାଁ  ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଗୁରୁବାର ଏକ ହାତୀ ପଡିଯାଇଥିବାର ଦେଖିବାକୁ ମିଳିଛି। ଖବରପାଇ ସୁନ୍ଦରଗଡ଼ ସହକାରୀ ବନସଂରକ୍ଷକ (ଏସିଏଫ), ବଡଗାଁ ଭାରପ୍ରାପ୍ତ ରେଞ୍ଜ ଅଫିସର ରୁନେନ୍ଦ୍ର ସାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଦୀର୍ଘ ଘଣ୍ଟାର ଉଦ୍ୟମ ପରେ ବନବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହାତୀକୁ ଉଦ୍ଧାର କରାଯାଇଛି।