ପରିଣତ ବୟସରେ ସକ୍ଷମ

କେନ୍ଦୁଝର, ୫।୭(ସ୍ବ.ପ୍ର.)-ଯେଉଁ ବୟସରେ ନାତିନାତୁଣୀଙ୍କ ସହ ଖେଳାବୁଲା କରିବା କଥା ଓ ଘରେ ବିଶ୍ରାମ କରିବା କଥା ସେହି ବୟସରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଠାକୁରଡିହି ଗ୍ରାମର ଭୂୟାଁ ଆଦିବାସୀ ସମ୍ପ୍ରଦାୟର ବୃଦ୍ଧା ମାନେ ରୋଜଗାର ପାଇଁ ସହରକୁ ଆସିଥାନ୍ତି। ଆର୍ଥିକ ଅନାଟନରେ ରହୁଥିବା ପରିବାରକୁ ସହାୟତା କରିବା ସହ ନିଜର ଆବଶ୍ୟକତା ଦୂର କରିବାକୁ ୭୦ ବର୍ଷ ବୟସରେ ସେମାନେ କାମ କରୁଛନ୍ତି।
ସେମାନେ କୁହନ୍ତି ଯେ, ପ୍ରତ୍ୟେକ ଦିନ ଏକାଠି ପାଖ ଜଙ୍ଗଲକୁ ଯାଇ ଶାଳ ପତ୍ର ସଂଗ୍ରହ କରନ୍ତି। ସଂଗୃହୀତ ଶାଳପତ୍ରକୁ ବୋହି ପର ଦିନ ସକାଳୁ କେନ୍ଦୁଝର ସହରକୁ ଆସି ବିକ୍ରି କରିଥାନ୍ତି। ଖରା ଓ ବର୍ଷାକୁ ଭ୍ରୁକ୍ଷେପ ନାହିଁ ା ଘରେ ବସି କଣ କରିବୁ ା ଏଣୁ କାମ କରି ଦୁଇ ପଇସା ରୋଜଗାର କରୁଥିବା କୁହନ୍ତି। ଆଗରୁ ପାଦରେ ଚାଲି ଚାଲି ଆସୁଥିଲେ କିନ୍ତୁ ଏବେ ଗାଡିରେ ଆସୁଥିବା କୁହନ୍ତି। ପତ୍ର ବିକିବା ସହ ଏଠାରେ ବସି ବେପାରିଙ୍କ ବରାଦ ମୁତାବକ ପତ୍ରକୁ ଟିପି ଖଲି ଓ ଚଉତି ପ୍ରସ୍ତୁତ କରିଥାନ୍ତି। ସେଥିରୁ ମଧ୍ୟ କିଛି ପଇସା ମିଳିଯାଏ ା ସପ୍ତାହରେ ୨/୩ ଥର ଆସିଥାନ୍ତି। ଯିବା ଆସିବା ଗାଡି ଭଡା କଲେ ୪୦ ଟଙ୍କା ଖର୍ଚ୍ଚ କରିଥାନ୍ତି। ପତ୍ର ବାବଦକୁ ଓ ଖଲି ପ୍ରସ୍ତୁତ ବାବଦକୁ ମିଶାଇ ସମୁଦାୟ ୧୦୦ ରୁ ୧୫୦ ଟଙ୍କା ପାଇଥାନ୍ତି ବୋଲି ରାଧି ପଢିଆରୀ କହିଛନ୍ତି। କେନ୍ଦୁଝରର ସହରର ଦୋକାନ ବାରଣ୍ଡାରେ ବା ରାସ୍ତା କଡ଼ରେ ବସି ପତ୍ରକୁ ଟିପି ଖଲି ଓ ଚଉତି ଆଦି ପ୍ରସ୍ତୁତ କରିଥାନ୍ତି। ଏହି ପରିଣତ ବୟସରେ ଏକାଠି ବସି ହସ ଖୁସି ତଥା ଉଲ୍ଲାସ ମନରେ ଖଲି ଓ ଚଉତି ପ୍ରସ୍ତୁତ କରିବା ଚିତ୍ର ଅନେକଙ୍କୁ ଆକୃଷ୍ଟ କରିଥାଏ ା ଏପରିକି ସେମାନଙ୍କ କାମ ଅନେକ ଙ୍କ ପାଇ ଦୃଷ୍ଟାନ୍ତ ସାଜିଛନ୍ତି। ଘରେ ପୁଅ ଓ ବୋହୁ ତଥା ନାତିନାତୁଣୀ ଅଛନ୍ତି। ମହଙ୍ଗା ଯୁଗରେ ସେମାନେ ଚଳିବା କଷ୍ଟକର ହୋଇପଡ଼ୁଛି। ଏଣୁ ଖୁସି ମନରେ ଦୁଇ ପଇସା ରୋଜଗାର କରି ପରିବାର ଚଳାଇବାରେ ସହାୟତା କରିବା ସହ ନିଜର ଆବଶ୍ୟକତା ଦୂର କରିଥାଉ ବୋଲି ଖତି ପଢିହାର କହିଛନ୍ତି।
ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ସେଥିରେ ଚଳି ପାରୁ ନ ଥିବାରୁ ପତ୍ର ବିକି ଚଳୁଥିବା କହିଛନ୍ତି। କାମଧନ୍ଦା କରୁଥିବାରୁ ସେମାନେ ସୁସ୍ଥ ରହୁଛନ୍ତି ଏବଂ ଚଲାବୁଲା କରିପାରୁଛନ୍ତି। ଘର ଖଣ୍ଡେ ମିଳିନାହିଁ। ରାଶନ କାର୍ଡ ଅଛି ଯେ ଚାଉଳ କିଣିବାକୁ ପଇସା ନାହିଁ। ସେମାନଙ୍କୁ ଘର ଯୋଗାଇଦେଲେ ସେମାନେ ଭଲରେ ରହିପାରନ୍ତେ ବୋଲି ମୁଗ ମନ୍ତ୍ରୀ କହିଛନ୍ତି। ପତ୍ର ବିଡା ୫ ଟଙ୍କାରେ ବେପାରୀଙ୍କୁ ବିକନ୍ତି। କିନ୍ତୁ ବେପାରୀ ଏହାକୁ ୧୦ ଟଙ୍କାରେ ବିକି ଅଧିକ ଲାଭବାନ ହେଉଛନ୍ତି। ଏଣୁ ସେମାନଙ୍କ ପାଇଁ ଖଲି, ଚଉତି ଆଦି ପ୍ରସ୍ତୁତ କରିବା ପାଇଁ ସହାୟତା କରିବା ସହ ବିକ୍ରି କରିବା ପାଇଁ ବ୍ୟବସ୍ଥା କଲେ ସେମାନେ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି ମତପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri