ପରଶାସନର ଭୁଲ୍‌ ଲାଗି ରୁଗୀ ଦହଗଁଜ୍‌

 

ଲାଠୋର, ୮।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ପରଶାସନର ଭୁଲ୍‌ ଲାଗି ଗଇନ୍ଦିମାଲ ଗଁାର ପକ୍ଷାଘାତ ରୁଗୀ ଲଛମନ କୁମ୍ଭାର(୫୭) ଚିକିଛା କରେଇ ନାଇଁପାରବାର ବଲି ତାକର ଝି’ ତୁଳସୀ କୁମ୍ଭାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଗଇନ୍ଦିମାଲର ଲଛମନ କୁମ୍ଭାରକଁର ପରିବାର କହେଲେ ଝି’ ତୁଳସୀକେ ନେଇ ସଁସାର। ମାଏକିନା ସରୋଜିନି ବଛର କେତେ ତଲେ ପକ୍ଷାଘାତ ରୋଗ୍‌ରେ ପଡ଼ି ଚିକିଛା ଅଭାବୁ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ବାପ୍‌’ଝି ଗୁଟେ ଭଂଗା ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ଲଛମନ କୁଲିମଜୁରି କରି ଝି’ତୁଳସୀକୁଁ ପାଲପୋଷ କରବାର ସଂଗେ ପାଠ୍‌ ପଢ଼ୁଥିଲେ। ହେଲେ ଦଇବ ତାକର ସୁଖ୍‌ ନାଇଁ ସହିପାରଲା। ଲଛମନ ବି ପକ୍ଷାଘାତ ରୋଗ୍‌ରେ ପଡ଼ଲେ। ଏନ୍‌ତାଥି ଝି’ ତୁଳସୀ ପାଠ୍‌ପଢ଼ା ଛାଡ଼ି ବାପ୍‌ର ସେବାଯତନ କରବାର ସଂଗେ କୁଲିମଜୁରି କରି ଘର ଚଲଉଛନ୍‌। ଇ ବାବ୍‌ଦେ ଗଲା ୨୯ା୧୨ା୨୦୧୯ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଇ ଖବରକେ ନେଇ ସାମାଜିକ କରମୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀକୁଁ ଟୁଇଟ କରି ଲଛମନକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀକଁର ନିରଦେଶରେ ତୁରେକେଲା ବିଡିଓ ୧୧ା୦୧ା୨୦୨୦ରେ ଗଇନ୍ଦିମାଲ ଲଛମନକଁର ଘରେ ପୁହୁଁଚିଥିଲେ। ସେ ଲଛମନକୁଁ କମଲ, ଦରି ଦେବାର ସଂଗେ ଝି’ ତୁଳସୀକଁର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନଂ. ୩୯୬୪୩୫୨୦୭୦ରେ ୨୦ ହଜାର ଟଁକା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଗଲା ବଲି ଗୁଟେ ଚିଠି (ନଂ. ୧୧୪୮ ତା.୦୯ା୦୧ା୨୦୨୦) ଦେଇଥିଲେ। ହେଲେ ତୁଳସୀକଁର ସେ ଆକାଉଣ୍ଟଟା ସେଣ୍ଟ୍ରାଲ ବ୍ୟାଙ୍କରେ ରହିଛେ। ଏନ୍‌ତାଥି ସେ ଟଁକା ଟ୍ରାନ୍ସଫର ହେଇ ନାଇଁପାରି କରି ଝୁଲି ରହିଛେ। ଯେନ୍‌ଥିରଲାଗି ତୁଳସୀ ବାପର ଚିକିଛା କରେଇ ନାଇଁପାରବାର ବଲି ଅଭିଯୋଗ କରିଛନ୍‌। ପରଶାସନର ଇ ଖାମଖିଆଲି କାଯ୍‌ ଲାଗି ଲଛମନ ଆଏଜ୍‌ତକ ଚିକିଛା ସାହାଯ୍‌ ଟଁକା ପାଏବାରୁ ବଁଚିତ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଇ ବାବ୍‌ଦେ ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।