ପରଲୋକରେ ହରର ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ,୧୮।୯: ବଲିଉଡ୍‌ରେ ୭୦ ଓ ୮୦ ଦଶକରେ ଆସିଥିବା ହରର ଫିଲ୍ମର ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ବୁଧବାର ପରଲୋକ ହୋଇଛି। ୬୭ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ନିଧନ ହୋଇଛି। ନିର୍ଦ୍ଦେଶକ ଶ୍ୟାମ କିଛି ଦିନରୁ ନିମୋନିଆରେ ପୀଡ଼ିତ ଥିବା ବେଳେ ତାଙ୍କୁ ମୁମ୍ବାଇର ଅନ୍ଧେରୀରେ ଥିବା କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହେବା ନେଇ ତାଙ୍କ ପୁତୁରା ସୂଚନା ଦେଇଛନ୍ତି। ଶ୍ୟାମ ହିନ୍ଦି ସିନେମାରେ ହରର ଫିଲ୍ମ ଜରିଆରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ କ୍ୟାରିୟର ସମୟରେ ଫିଲ୍ମ ଅନ୍ଧେରା(୧୯୭୫), ସବୁତ(୧୯୮୦), ପୁରାନା ମନ୍ଦିର(୧୯୮୪), ପୁରାନି ହବେଲି(୧୯୮୯), ଧୁନ୍ଧ: ଦ ଫାଗ(୨୦୦୩) ଭଳି ବହୁ ସୁପରହିଟ ହରର ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ।

Share