କଟକ ଅଫିସ,୩୦।୧୧: ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ହଠାତ୍ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କଟକର ଆଲିଶା ବଜାରରେ ରହୁଥିବା ରାଧାକାନ୍ତ ଓଡ଼ିଶାର ପ୍ରମୁଖ ବାଦକମାନଙ୍କ ମଧ୍ୟରୁ ଜଣେ ଥିଲେ। ନିକଟରେ ତାଙ୍କୁ ଓଡ଼ିଶା ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ମୃତ୍ୟୁଶର୍ଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ବୋହୁ ଏବଂ ସ୍ତ୍ରୀ ଅଛନ୍ତି। ରାଧାକାନ୍ତଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ସିନେ ଏବଂ ବାଦ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।


