Categories: ଜାତୀୟ

ପରଲୋକରେ ଭାଜପା ବିଧାୟକ ବିରେନ୍ଦ୍ର ସିରୋହି

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବୁଲନ୍ଦଶରର ସଦର ବିଧାନସଭା ଆସନର ଭାଜାପା ବିଧାୟକ ବିରେନ୍ଦ୍ର ସିଂହ ସିରୋହିଙ୍କ ସୋମବାର ପରଲୋକ ହୋଇଛି। ଦିଲ୍ଲୀର ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଭୋର ୩ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବୟସ ହୋଇଥିଲା। ଏନେଇ ତାଙ୍କ ପୁଅ ଦିଗ୍‌ବିଜୟ ସିରୋହି ସୂଚନା ଦେଇଛନ୍ତି। ଦୀର୍ଘ ୩ମାସ ହେଲା ସେ ଯକୃତ ରୋଗରେ ପୀଡିତ ଥିବା ବେଳେ ୧୫ ଦିନ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ପରେ ତାଙ୍କୁ ଦିଲ୍ଲୀର ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଧାୟକଙ୍କ ମୃତ୍ୟୁ ଖବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କର ନିଧନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ସୂଚନା ମୁତାବକ ବିଧାୟକଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ବୁଲନ୍ଦଶର ନିଆଯିବ। ଶେଷ ଦର୍ଶନ ପାଇଁ ଯୋଗୀ ଆଦିତ୍ୟନାଥ ସେଠାକୁ ଯିବେ ବୋଲି ଜଣାପଡ଼ିଛି।

Share