Categories: ଜାତୀୟ

ପରଲୋକରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ

ଡେରାଡୁନ,୫।୬: ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତଙ୍କ ବୁଧବାର ପରଲୋକ ଘଟିଛି। ଦୀର୍ଘ ଦିନରୁ ଅସୁସ୍ଥ ଥିବା ପ୍ରକାଶ ଆମେରିକାର ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ପନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ଏଥିସହ ଉତ୍ତରାଖଣ୍ଡର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ବୋଲି ମୋଦି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଅପରପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂହ ରାଓ୍ବତ ପନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପନ୍ତଙ୍କ ସମ୍ମାନାର୍ଥେ ରାଜ୍ୟରେ ଶୁକ୍ରବାର ଛୁଟି ଓ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକବାର୍ତ୍ତା ପନ୍ତଙ୍କ ପରିବାରକୁ ପଠାଇବା ସହ ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ଏବଂ ଉତ୍ତରାଖଣ୍ଡ ଜଣେ ଭଲ ନେତାଙ୍କୁ ହରାଇଲା ବୋଲି କହିଛନ୍ତି।

Share