ପରଦାରେ ବନ୍ଧୁତ୍ୱ: କନ୍ଦାଇଥିଲା ‘ଥ୍ରି-ଇଡିଅଟ୍ସ’, ଜିଇଁବା ଶିଖାଇଥିଲା ‘ଜିନ୍ଦେଗୀ ନା ମିଲେଗି ଦୁବାରା’

ମୁମ୍ବାଇ: ଆଜି ବନ୍ଧୁତ୍ୱ ଦିବସ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବନ୍ଧୁ ଓ ବନ୍ଧୁତ୍ୱର ପରିଭାଷା ସ୍ବତନ୍ତ୍ର। ଏହି ନିଆରା ସମ୍ପର୍କକୁ ପରଦାରେ ଦେଖାଇବା ଲାଗି ନିର୍ମାଣ ହୋଇଛି ଅନେକ ଫିଲ୍ମ। ସେଥିମଧ୍ୟରେ ରହିଛି ‘ଥ୍ରି ଇଡିଅଟ୍‌ସ’, ‘କାଇ ପୋ ଚେ’, ‘ଗୁଣ୍ଡେ’, ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’, ‘ଜିନ୍ଦେଗୀ ନା ମିଲେଗି ଦୋବାରା’, ।

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିଲା ଚଳଚ୍ଚିତ୍ର ‘ଥ୍ରି ଇଡିଅଟ୍‌ସ’। ଏଥିରେ କଲେଜ ସମୟର ବନ୍ଧୁତ୍ୱ ଦେଖିବାକୁ ମିଳିଥିଲା,ଯାହା ଅନେକଙ୍କୁ କନ୍ଦାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ସେହିପରି ‘କାଇ ପୋ ଚେ’ ତିନି ଜଣ ବନ୍ଧୁଙ୍କ ବିଷୟରେ ରହିଥିଲା। ଚଳଚ୍ଚିତ୍ର ‘ଗୁଣ୍ଡେ’ରେ ଦୁଇ ବନ୍ଧୁଙ୍କ ସମ୍ପର୍କ ଦେଖାଯାଇଥିଲା। ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ ବନ୍ଧୁତ୍ୱ, ଆକ୍ସନ, ଡ୍ରାମା ଏବଂ ରୋମାନ୍ସରେ ଭରପୂର ରହିଥିଲା। ଜୋୟା ଅକ୍‌ତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଜିନ୍ଦେଗୀ ନା ମିଲେଗି ଦୁବାରା’ରେ ବନ୍ଧୁତ୍ୱର ନିଆରା ଛବି ଦେଖାଇବାରେ ସକ୍ଷମ ହୋଇଥିଲା।

Share