ପରଦାରେ ‘ଦ ସ୍କାଏ ଇଜ୍‌ ପିଙ୍କ’: କନ୍ଦାଉଛି ପ୍ରିୟଙ୍କା-ଫରହାନଙ୍କ କାହାଣୀ

ମୁମ୍ବାଇ: ପରଦାରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍‌ ଅଖତର ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’। ଫିଲ୍ମ ଜରିଆରେ ପିସି ଅନେକ ଦିନ ପରେ ବଲିଉଡ୍‌କୁ ଫେରୁଛନ୍ତି। ଏହାକୁ ନେଇ ସେ ବେଶ ଉତ୍ସାହିତ ଥିଲେ। ରିଲିଜ ପରେ ଫିଲ୍ମଟି ସମସ୍ତଙ୍କର ହୃଦୟ ଜିଣିବାରେ ସଫଳ ହୋଇଛି। ଉଭୟଙ୍କ ଅଭିନୟକୁ ଭୂରି ଭୂରି ପ୍ରଶଂସା କରାଯାଉଛି। ପିସି, ଫରହାନଙ୍କ ବ୍ୟତିତ ଜାଏରା ବସୀମ ଏବଂ ରୋହିତ ଶରାଫଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି।

‘ଦ ସ୍କାଏ ଇଜ୍‌ ପିଙ୍କ’ ଆଏଶା ଚୌଧୁରୀ ନାମକ ଜଣେ ଝିଅର କାହାଣୀ ଦେଖାଉଛି। ବାପା-ମା ହିସାବରେ ଫରହାନ-ପିସିଙ୍କ ଚରିତ୍ର ହୃଦୟକୁ ଛୁଉଁଛି। ଝିଅର ରୋଗକୁ ଭଲ କରିବାକୁ ଯାଇ ଉଭୟେ କେଉଁ କେଉଁ ସୋପାନ ଦେଇ ଗତି କରୁଛନ୍ତି ତାହା ଚଳଚ୍ଚିତ୍ରକୁ ଦେଖିଲେ ଜାଣିପାରିବେ।

Share