ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାପଡ଼ିଛି। ଗୋଟିଏ ପଟେ ମୋଦିଙ୍କ ଦ୍ୱିତୀୟ ବିଜୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଅନ୍ୟପଟେ ପରଦାରେ ତାଙ୍କ ଜୀବନିକୁ ଦେଖି ତାଙ୍କ ପ୍ରତି କ୍ରେଜ ବଢ଼ିବାରେ ଲାଗିଛି। ପ୍ରଶଂସକ ଫିଲ୍ମକୁ ଦେଖି କାହାଣୀ ଓ ଅଭିନୟକୁ ବହୁ ପ୍ରଶଂସା କରିଥିବା ଜଣାପଡ଼ିଛି। ଏଥିସହ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ ୟୁଜର୍ସ ଲେଖିଛନ୍ତି, ଯଦି ଏହି ଫିଲ୍ମ ନିର୍ବାଚନ ପୂର୍ବରୁ ରିଲିଜ ହୋଇଥାନ୍ତା ତା’ହେଲେ କଂଗ୍ରେସକୁ ୧୦ଟି ଆସନ ମଧ୍ୟ ମିଳି ନ ଥାନ୍ତା। ଓମାଙ୍ଗ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

Share