ପରଦାକୁ ଆସିବ କି ‘ବାହୁବଳୀ ୩’!

ମୁମ୍ବାଇ: ଫିଲ୍ମମେକର ଏସ୍‌ ଏସ୍‌ ରାଜମୌଳିଙ୍କ ଫିଲ୍ମ ‘ବାହୁବଳୀ ୨-ଦି କନକ୍ଲୁଜନ୍‌’ ରିଲିଜ୍‌ ହେବା ପରେ ଦର୍ଶକେ ଧରି ଦେଇଥିଲେ କି ବାହୁବଳୀ ସିରିଜ୍‌ ଏତିକିରେ ସରିଲା। ଏମିତିକି ଫିଲ୍ମ ନିର୍ମାତା ମଧ୍ୟ ତାହାହିଁ କହିଥିଲେ। ହେଲେ ଭଲ ସ୍କ୍ରିପ୍ଟ ମିଳିଲେ ସେ ପୁଣିଥରେ ‘ବାହୁବଳୀ ୩’ ନିର୍ମାଣ କରିପାରନ୍ତି ବୋଲି ମଧ୍ୟ ଇସାରା କରିଥିଲେ। ଏବେ କିନ୍ତୁ ଫିଲ୍ମ ‘ବାହୁବଳୀ ୨-ଦ କନକ୍ଲୁଜନ୍‌’ ର ଅଭିନେତ୍ରୀ ତମନ୍ନା ଭାଟିଆ ଆଉ ଏକ ନୂଆ ତଥ୍ୟ ଦେଇଛନ୍ତି। ପୂର୍ବରୁ ବାହୁବଳୀ ୩ ନିର୍ମାଣକୁ ନେଇ ଯେତେ ପ୍ରଶ୍ନ କରାଗଲେ ବି ସେ ଏହାକୁ ଏଡାଇ ଯାଉଥିବା ବେଳେ ନିକଟରେ ଏକ ସାକ୍ଷାତ୍‌କାରରେ ତମନ୍ନା କହିଛନ୍ତି ଯଦି ବାହୁବଳୀ ୩ ନିର୍ମାଣ କରାଯାଏ ତେବେ ଏସ୍‌ ଏସ୍‌ ରାଜମୌଳ ହିଁ ଏହାର ନିର୍ଦ୍ଦେଶନା ଦେବେ। ତମନ୍ନାଙ୍କର ଏହି କଥା ଏବେ ଦର୍ଶକଙ୍କ ମନରେ କନଫ୍ୟୁଜନ୍‌ କ୍ରିଏଟ୍‌ କରୁଛି। ସତରେ କ’ଣ ପରଦାକୁ ଆସିବ ‘ବାହୁବଳୀ ୩’।

Share