ପରଟାରେ ଲାଗିବ ୧୮% ଜିଏସ୍‌ଟି:ଏଏଆର୍‌

ମୁମ୍ବାଇ,୧୩।୬: ପରଟା ରୁଟି ନୁହେଁ। ଏଥିରେ ୧୮% ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବ। ଜିଏସ୍‌ଟି ବ୍ୟବସ୍ଥାରେ ଥିବା ଅଥରିଟି ଅଫ୍‌ ଆଡଭାନ୍ସ ରୁଲିଂସ(ଏଏଆର୍‌)ର କର୍ନାଟକ ବେଞ୍ଚ ରୁଟି ଏବଂ ପରଟା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସହ ସର୍ବୋଚ୍ଚ ଟିକସ ହାର ୧୮% ଲାଗୁ ହେବା ନେଇ ନିର୍ଦ୍ଦେଶରେ କହିଛନ୍ତି। ବର୍ତ୍ତମାନ ରୁଟି ଉପରେ ୫% ଜିଏସ୍‌ଟି ଲାଗୁ ହେଉଛି। ପରଟାକୁ ଖାକରା, ପ୍ଲେନ୍‌ ଚପାତି ବା ରୁଟି ବର୍ଗରେ ସାମିଲ କରିବା ଲାଗି ହ୍ବାଇଟଫିଲ୍ଡଠାରେ ଅବସ୍ଥିତ ଏକ ଘରୋଇ ଖାଦ୍ୟ ପ୍ରସ୍ତୁତ କରୁଥିବା ଆବେଦନ କରିଥିଲା। ଆବେଦନକାରୀଙ୍କ ମତ ଉପରେ ଏଏଆର୍‌ ନିଜର ପକ୍ଷ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ରେଡି ଟୁ ଇଟ୍‌ ଫୁଡ୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ଆଇଡି ଫ୍ରେସ୍‌ ଫୁଡ୍‌ ଏଏଆର୍‌ଙ୍କ ନିକଟରେ ଏକ ଆବେଦନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ସମ୍ପୂର୍ଣ୍ଣ ଅଟାରୁ ତିଆରି ପରଟା ଏବଂ ମାଲାବାର ପରଟା ଉପର କେଉଁଭଳି ଜିଏସ୍‌ଟି ଲାଗୁ କରାଯିବା ଆବଶ୍ୟକ ସେ ଉପରେ ସ୍ପଷ୍ଟତା ଆସୁ। ଏହି ପରିପ୍ରେକ୍ଷୀରେ ପିଡବ୍ଲ୍ୟୁସି ଇଣ୍ଡିଆର ପାର୍ଟନର ପ୍ରତୀକ ଜୈନ କହିଛନ୍ତି, ରୁଟିକୁ ଏକ ଜେନେରିକ ଟର୍ମ ଭାବେ ଏଏଆର୍‌ ନେଇନାହାନ୍ତି। ଏହାକୁ ବିଭିନ୍ନ ବର୍ଗର ଭାରତୀୟ ବ୍ରେଡ୍‌ ଭାବେ ମଧ୍ୟ ବିବେଚନା କରାଯାଇପାରିବ। କେବଳ କିଛି ବର୍ଗ ପାଇଁ ଏହା ଉଦ୍ଦିଷ୍ଟ ନ ହୋଇପାରେ ବୋଲି ଏଏଆର୍‌ ବିବେଚନା କରିଛନ୍ତି।
ଏଏଆର୍‌ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ୧୯୦୫ ହେଡିଂରେ ଆସୁଥିବା ପ୍ରଡକ୍ଟ(ରୁଟି) ରେଡି ଟୁ ୟୁଜ ଖାଦ୍ୟ ପ୍ରସ୍ତୁତି ବର୍ଗରେ ଆସୁଛି। ଅନ୍ୟ ପକ୍ଷରେ ପରଟାକୁ ଖାଇବା ଆଗରୁ ଗରମ କରିବାକୁ ପଡିଥାଏ। ଏଭଳି ଅନ୍ୟ କିଛି ପ୍ରସଙ୍ଗକୁ ଆଧାରକରି ପରଟାକୁ ୧୯୦୫ ହେଡିଂ ମଧ୍ୟ ସାମିଲ କରାଯାଇ ନାହିଁ। ସେହିଭଳି ଏଣ୍ଟ୍ରି ୯୯ ନିୟମ ପରିସରରେ ପରଟା ଆସୁନାହିଁ। ଏଭଳି ସ୍ଥିତିରେ ଏଏଆରଙ୍କ ନିର୍ଦ୍ଦେଶ ଗୁରୁତ୍ୱ ବହନ କରେ। ଅନ୍ତତଃ ପକ୍ଷେ କର୍ନାଟକରେ ପରଟା ପ୍ରେମୀଙ୍କୁ ଅଧିକ ଜିଏସ୍‌ଟି ଟିକସ ପ୍ରଦାନ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri