Categories: ଫୁରସତ

ପବନରେ ଚାର୍ଜ ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ:ଭାରତରେ ଓୟାରଲେସ ଚାର୍ଜିଂ ଟେକ୍‌ନୋଲୋଜିର ପ୍ରବେଶ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆଗାମୀ ବର୍ଷ ବଜାରରେ ଉପଲବ୍ଧ ହେବ ଓାୟାରଲେସ କ୍ୟୁ-୧ ଚାର୍ଜର ଯାହା ଅନ୍ୟ ଓ୍ବୟାରଲେସ ଚାର୍ଜର ଭଳି କାମ କରିବ। କିନ୍ତୁ ସ୍ମାର୍ଟଫୋନ ଏହି କ୍ୟୁ-୧ ଚାର୍ଜର୍‌କୁ ସ୍ପର୍ଶ କରିବ ନାହିଁ। ଏହା ଚାର୍ଜରଠାରୁ ୪୫ଏମ୍‌ଏମ୍‌ ଦୂରତାରେ ରହିବ । କ୍ୟୁ-୧ ଚାର୍ଜର ଖୁବ୍‌ କମ୍‌ ଶକ୍ତି ବ୍ୟବହାର ମଧ୍ୟ କରିବ। ସ୍ମାର୍ଟଫୋନ୍‌ କେସ ନିର୍ମାତା ସ୍ପିଜେନ ଓ ଓସିୟା ଏବେ ସ୍ମାର୍ଟଫୋନ୍‌ କେସ ଉପରେ ଏକ ନୂତନ ଓ୍ବାୟାର୍‌ଲେସ ଟେକ୍‌ନୋଲୋଜି ବିକାଶ କରୁଛି ଯାହା ଫୋନ୍‌କୁ ବିନା ତାର, ପ୍ଲଗ କିମ୍ବା ପଡ୍‌ରେ ଚାର୍ଜ କରିପାରିବ। ଏହା ୨୦୨୦ରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ସ୍ମାର୍ଟଫୋନରେ ଏକ ଛୋଟ ବ୍ୟାଟେରି ରହିବ ଓ ତାହା ଚାର୍ଜରଠାରୁ ବିନା ତାରରେ ଏକ ଇଞ୍ଚରୁ ୩ ଫୁଟ୍‌ ମଧ୍ୟରେ ୩୦ ମିନିଟ୍‌ରୁ ଘଣ୍ଟାଏ ମଧ୍ୟରେ ପୂରା ଚାର୍ଜ ହୋଇଯିବ। ଚାର୍ଜରେ ଏକ ଟ୍ରନ୍ସମିଟର ରହିବ । ଏହା ରେଡିଓ ତରଙ୍ଗ ରୂପେ ଶକ୍ତିକୁ ସ୍ମାର୍ଟଫୋନକୁ ପ୍ରେରଣ କରିବ। ଏହି ଟେକ୍‌ନୋଲୋଜିରେ ସ୍ମାର୍ଟଫୋନ୍‌ରେ ଏକ ଓ୍ବାଟ୍‌ଅପ୍‌ ରିସିଭର ରହିବ ଯାହା ସେହି ରେଡିଓ ତରଙ୍ଗକୁ ପୁଣି ଡିସି-ପାଓ୍ବାରରେ ରୂପାନ୍ତରିତ କରିପାରିବ । ଏହି ଡିସି ପାଓ୍ବାରରେ ସ୍ମାର୍ଟଫୋନ ଚାର୍ଜ ହୋଇଯିବ।

Share