ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର ସକାଳେ ଦେଖାଯାଇଛି l ସୂଚନା ଅନୁସାରେ ଏହି ଅତୀତ ନିକଟରେ ହରିଶଙ୍କର ରୋଡ ରେଳ ଷ୍ଟେଶନ ଅମୃତ ଭାରତ ଷ୍ଟେଶନର ମାନ୍ୟତା ପାଇ ଜୋରସୋରରେ କୋଟି କୋଟି ଟଙ୍କାର ଉନ୍ନୀତକରଣ କାମ ଚାଲିଛି। ମାତ୍ର ୫ ମିନିଟ ପବନ ବହିବାରୁ ପ୍ଲାଟଫର୍ମ ନଂ-୧ରେ ନିର୍ମାଣ ହୋଇଥିବା ସେଡରେ ଲାଗିଥିବା ଟିଣ ଆଜବେଷ୍ଟର ଉଡ଼ିବା ସହ ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ଲୁହା ପାଚେରି ମଧ୍ୟ ଲେଉଟି ପଡ଼ିଛି l

ସେହିପରି ସେଡ ମାନଙ୍କୁ ଲାଗିଥିବା ଫେନ ମାନ ମୋଡ଼ି ମାଡ଼ି ହୋଇ ଯାଇଛି l ବର୍ତ୍ତମାନ କାମ ଚାଲିଛି ସମ୍ପୂର୍ଣ୍ଣ ହୋଇ ନାହିଁ l କାମ ଅଧାରୁ ମାତ୍ର ୫ ମିନିଟ ପବନ ଯଦି ଏପରି ପରିସ୍ଥିତି ସୃଷ୍ଟି କରିଛି ତାହେଲେ ଆଗକୁ କଣ ହେବ ଲୋକଙ୍କ ମନରେ କାମର ସ୍ଥାୟିତ୍ୱକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି l ରେଳ ବିଭାଗର ଅଧିକାରୀ ମାନେ କାମ ଦେଖିବା ପାଇଁ ନିୟମିତ ଆସୁଥିଲେ ନା ଠିକାଦାର ପାଖରୁ ମୋଟା ଅଙ୍କ ନେଇ ଚୁପ ହୋଇ ବସି ରହିଥିଲେ ବୋଲି ଲୋକ ଆଲୋଚନା କରୁଛନ୍ତି l ଯଦି କାମ ଦେଖିବା ପାଇଁ ଆସୁଥିଲେ ତାହେଲେ ନିମ୍ନମାନର କାମ ହେଉଥିବା କେମିତି ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏନେଇ କଣ୍ଟାବାଞ୍ଜି ଆଇଓଡବ୍ଲୁ ମାନସ ରଞ୍ଜନ ବେହେରାଙ୍କୁ ପଚାରିବାରେ ପବନ ବହୁତ ଜୋର ବହିବା ଫଳରେ ସେଡ ଆଜବେଷ୍ଟର ଉଡେଇ ନେଇଛି l ବାକି ରହିଲା ଲୁହା ପାଚେରି କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ଯୋଗୁ ଓଲଟି ପଡ଼ିଛି l ଆମେ ଠିକାଦାରକୁ କହିଛୁ ସେ ଦେଖିଲା ପରେ ପୁଣି କାମ କରିବ ବୋଲି କହିଥିଲେ l ତେବେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆଗକୁ କାମ କେମିତି ଠିକ ଠାକ ଚାଲିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Iran-US War: ଟ୍ରମ୍ପଙ୍କୁ ପୁଣି ନାଲି ଆଖି ଦେଖାଇଲା ଇରାନ, ଜାଣନ୍ତୁ ଭାରତକୁ ନେଇ କ’ଣ କଲା

ତେହରାନ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପରେ, ସେ କହିଛନ୍ତି ଯେ ଯୁଦ୍ଧବିରତି ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ ଏବଂ…

‘ଗୋଟିଏ ଦିନ ଖେଳ ଛାଡିଦେବି’, ବିରାଟ କୋହଲିଙ୍କ ଭାବପ୍ରବଣ ବୟାନକୁ ନେଇ ହଇଚଇ

ଯେତେବେଳେ ବିରାଟ କୋହଲି ମନ୍ତବ୍ୟ ଦେଇଥିଲେ ଯେ “ଗୋଟିଏ ଦିନ ଏସବୁ ଶେଷ ହେବ,” ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ଏପରି ଏକ ସମୟ ଆସିବ…

୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

କେରଳମ୍‌ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା କଂଗ୍ରେସ: ଏହି ବ୍ୟକ୍ତିଙ୍କ ମୁଣ୍ଡରେ ସୁନାକଳସ

ନୂଆଦିଲ୍ଲୀ,୧୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିଛି। ଭିଡି ସତିସନ କେରଳର…

ସୁନା ସମ୍ପର୍କରେ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ,୧୪।୫: କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସରଳତାକୁ ଗ୍ରହଣ କରିବା ଏବଂ ସମ୍ବଳର ବିଚାରବନ୍ତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।…

୪୮ଘଣ୍ଟାରେ ମହଙ୍ଗା ମାଡ଼: ଏବେ ପେଟ୍ରୋଲ-ଗ୍ୟାସ୍‌ର ପାଳି, ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ବଡ଼ ସୂଚନା…

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ବଜାରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ, ଭାରତ ସରକାର ଗତ 48 ଘଣ୍ଟା ମଧ୍ୟରେ ତିନୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri