Categories: ଫୁରସତ

ପବନରେ ଆଳୁ ଚାଷ

କର୍‌ନାଲ: ବଜାରରେ ଆଳୁ ଦାମ୍‌ ବଢ଼ି ବଢ଼ି ଚାଲିଛି। ପିଆଜ ଭଳି ଆଳୁ ଦର ମଧ୍ୟ ଏବେ କେତେକ ସ୍ଥାନରେ ବଢ଼ିବାରେ ଲାଗିଛି। ତେଣୁ ଆଳୁ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ସହ ଅତ୍ୟାଧୁନିକ ପ୍ରଣାଳୀ ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ସାଧାରଣତଃ ମାଟିରେ ଆଳୁ ଚାଷ ହୋଇଥାଏ। ତେବେ ଏବେ ହରିୟାଣାରେ ପବନରେ ଆଳୁ ଚାଷ କରାଯିବ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସାଧାରଣ ଆଳୁ ତୁଳନାରେ ଏହି ପ୍ରକାର ଚାଷରେ ଉତ୍ପାଦନ ୧୦ରୁ ୧୨ ଗୁଣା ଅଧିକ ହେବ ବୋଲି କର୍‌ନାଲସ୍ଥିତ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୦୨୦ ସୁଦ୍ଧା ଚାଷୀଙ୍କୁ ଏନେଇ ବିହନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ। ଏହି ଆଳୁର ଆକାର ସାଧାରଣ ଆଳୁଠାରୁ ଛୋଟ ହେବ। ଗୋଟିଏ ଗଛରୁ ୪୦ରୁ ୬୦ ପର୍ଯ୍ୟନ୍ତ ଛୋଟ ଆଳୁ ଉତ୍ପାଦନ କରାଯାଇପାରିବ ବୋଲି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share