ପନିର ଲେଟ୍‌ମିକାଏ

ପନିର ଲେଟ୍‌ମିକାଏ ସ୍ନାକ୍ସ ଆଇଟମ୍‌ ଭେଜିଟେରିଆନଙ୍କର ଅଧିକ ପସନ୍ଦ। କ୍ରିସ୍‌ପି ଲାଗୁଥିବା ଏହି ପକୋଡାଟି ଚିଲି ଓ ଟମାଟୋ ଦୁଇଟି ଯାକ ସସ୍‌ରେ ଖାଇହେବ। ସଫ୍ଟ ଓ ହାର୍ଡ ଡ୍ରିଙ୍କ୍ସ ସହିତ ବି ଏହାକୁ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଭୁବନେଶ୍ୱରସ୍ଥିତ ଏସିଆ-୭ରେ ପ୍ରସ୍ତୁତ ହୋଇଥାଏ ଏହି ସୁସ୍ବାଦୁ ବ୍ୟଞ୍ଜନ। ଏହାର ପ୍ରସ୍ତୁତି ସମ୍ପର୍କରେ ଶେଫ୍‌ ଜ୍ଞାନରଞ୍ଜନ ଯାହା କୁହନ୍ତି….

ଆବଶ୍ୟକ ସାମଗ୍ରୀ:
ପନିର, କର୍ନଫ୍ଲେକ୍ସ(ଗୁଣ୍ଡ), ଚାଇନା ସଲ୍ଟ, ବ୍ଲାକ୍‌ ପିପର(ଗୋଲମରିଚ), ଶୁଖିଲା ଲଙ୍କା ପେଷ୍ଟ୍‌, ରସୁଣ(ଚପ୍‌ ସାଇଜ), ଅଦା(ଚପ୍‌ ସାଇଜ), ପିଆଜ(ଚପ୍‌ ସାଇଜ), କ୍ୟାପ୍‌ସିକମ୍‌, ମଇଦା(୫୦ଗ୍ରାମ), ମେଓନାଇଜଡ୍‌ ସସ୍‌, ତେଲ।

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମଇଦାରେ ପାଣି ପକାଇ ଅଳ୍ପ କାଠୁଆ କରି ଗୋଳାନ୍ତୁ। ପରେ ସେଥିରେ ପନିର, ଲୁଣ, ବ୍ଲାକ୍‌ ପିପର, ଚାଇନା ସଲ୍ଟ ମିଶାଇ ଗୋଳାନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଗରମ କରନ୍ତୁ। କର୍ନଫ୍ଲେକ୍ସ ଗୁଣ୍ଡରେ ପନିର ମିଶାଇ ତାକୁ ତେଲରେ ଛାଣନ୍ତୁ। ପରେ ଲଙ୍କା, ରସୁଣ, ଅଦା ତେଲରେ ପକାଇ ଭାଜନ୍ତୁ। ସେଥିରେ ପିଆଜ ଓ କ୍ୟାପ୍‌ସିକମ୍‌ ପକାଇ ପୁଣି ଭାଜନ୍ତୁ। ଭାଜି ସାରିବା ପରେ ଶୁଖିଲା ଲଙ୍କାର ପେଷ୍ଟ୍‌, ଟମାଟୋ ସସ୍‌, ହୁଇସିଲ୍‌ ସସ୍‌ ପକେଇ ଗୋଳାଇଲେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଛଣା ହୋଇଥିବା ପନିରକୁ ଏଥିରେ ମିଶାଇ ହାଲୁକା ଭାବେ ଗୋଳାନ୍ତୁ। ଏବେ ପ୍ରସ୍ତୁତ ପନିର ଲେଟ୍‌ମିକାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri