ପନିପରିବା-ଫଳ ବିକ୍ରେତାଙ୍କର ହେବ କରୋନା ଟେଷ୍ଟ

ଦୋଡା,୩୧।୫: କରୋନା ଭାଇରସ ସଂକ୍ରମଣ ଧିରେ ବୃଦ୍ଧି ପାଉ ଥିବାରୁ ଏବେ ଏହା ସରକାରଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଜମ୍ମୁ-କଶ୍ମୀରର ଦୋଡା ଜିଲା ପ୍ରଶାସନ ପକ୍ଷରୁ ପନିପରିବା ବା ଫଳ ବ୍ୟବସାୟୀ ଓ ହୋଲ୍‌ସେଲରଙ୍କର କରୋନା ଟେଷ୍ଟ କରାଯାଇଛି। ଶନିବାର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ରବିବାର ସକାଳ ସୁଦ୍ଧା ନମୁନା ସଂଗ୍ରହ କେନ୍ଦ୍ରରେ ପ୍ରାୟ ୫୧ଜଣ ବ୍ୟବସାୟୀ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଏପର୍ଯ୍ୟନ୍ତ ୨,୧୬୧ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

Share