ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ସେଥିରେ ପଦ୍ମିନୀଙ୍କ ଝଲକ୍‌ ଦେଖିବାକୁ ମିଳିଥିଲା। ୮୦ ଦଶକରେ ଦର୍ଶକଙ୍କ ପସନ୍ଦ ଥିବା ନାୟିକା ଆଜିବି ତାଙ୍କ ଅଭିନୟର ଯାଦୁଗରି ଦେଖାଇବେ ବୋଲି ଦର୍ଶକେ ଭାବିଛନ୍ତି। ଏହାକୁ ନେଇ ଏବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟୁଇଟ୍‌ କରିଛନ୍ତି। ସେ ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ସ୍ବାଗତ କରିବା ସହ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଏହା ସହ ତାଙ୍କର ଏକ ଲୁକ୍‌ ମଧ୍ୟ ଶେୟାର କରିଛନ୍ତି। ପ୍ରାୟ ଦୀର୍ଘ ୬ ବର୍ଷ ପରେ ପଦ୍ମିନୀ ପୁଣି ଥରେ ବଡ ପରଦାରେ ନଜର ଆସିବେ। ଏହାକୁ ନେଇ ଦର୍ଶକେ ଉତ୍ସୁକତାର ସହ ତାଙ୍କ ଅଭିନୟ ଦେଖିବାକୁ ଅପେକ୍ଷା ରଖିଛନ୍ତି। ପୂର୍ବରୁ ‘ପ୍ରେମ ରୋଗ’, ‘ଓ୍ବ ସାତ ଦିନ’, ‘ବିଧାତା’ ଭଳି ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିଛନ୍ତି।

Share