ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଏତଲା ପ୍ରତିବାଦରେ ବିକ୍ଷୋଭ

ବରଗଡ ଅଫିସ, ୨୬।୮: ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଘଟଣାକୁ ନେଇ କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏହାର ପ୍ରତିବାଦରେ ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛ। ପଦ୍ମଶ୍ରୀ ହଳଧରଙ୍କ ବିରୋଧରେ ହୋଇଥିବା ଏତଲାକୁ ପ୍ରତ୍ୟାହାର କରିବା ପାଇଁ ସମିତି ପକ୍ଷରୁ ଦାବି କରାଯାଇଛି। ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ସାଧାରଣ ସମ୍ପାଦକ ସୁନୀଲ ପୁରୋହିତ, ଉତ୍ପନ୍ନ ଭୋଇଙ୍କ ସମେତ ବହୁସଂଖ୍ୟକ କୋଶଲ ପ୍ରେମୀ, କବି, ଯୁବକ ଏଥିରେ ସାମିଲ ହୋଇଛନ୍ତି।