Categories: ଜାତୀୟ

ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର

କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି ନେଇ ସେ ରୋଗୀଙ୍କର ଚିକିତ୍ସା କରିଥାଆନ୍ତି। ଏହି ସମାଜ ସେବା ପାଇଁ ଏବେ ଡାକ୍ତର ସୁଶୋଭନଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ଆଉ ଏହି ପୁରସ୍କାରକୁ ସେ ତାଙ୍କ ନିକଟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ସର୍ଗ କରିଥିବା କହିଛନ୍ତି। ସେ କହିଛନ୍ତି ଯେଉଁ ସାଧାରଣ ଜନତାଙ୍କ ପାଇଁ ମୁଁ ମୋ ଜୀବନ ସମର୍ପିତ କରିଛି ସେହିମାନଙ୍କୁ ଏହି ପଦ୍ମ ପୁରସ୍କାର ଉତ୍ସର୍ଗ କରୁଛି। ଚଳିତବର୍ଷ ପଶ୍ଚିମବଙ୍ଗର ୪ ଜଣଙ୍କୁ ପଦ୍ମଶୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଡାକ୍ତର ସୁଶୋଭନ ଅନ୍ୟତମ। ୫୭ ବର୍ଷ ହେବ ସେ ରୋଗୀ ସେବା କରୁଛନ୍ତି। ଆଉ ଆଜି ସେହିମାନଙ୍କ ପାଇଁ ତାଙ୍କୁ ପଦ୍ମଶ୍ରୀ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଡାକ୍ତରଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଣବ ତାଙ୍କୁ ଛୋଟ ଭାଇ ବୋଲି କହୁଥିବା ବେଳେ ଉଭୟଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ।

Share