Posted inଖେଳ

ପଦ୍ମଶ୍ରୀ ପାଇଁ ବିଜୟନଙ୍କ ନାମ ସୁପାରିସ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇଁ ପୂର୍ବତନ ଅଧିନାୟକ ଆଇଏମ୍‌ ବିଜୟନଙ୍କ ନାମ ସୁପାରିସ କରିଛି। ୫୧ ବର୍ଷୀୟ ପୂର୍ବତନ ଷ୍ଟ୍ରାଇକର ଭାରତ ତରଫରୁ ୯୦ ଦଶକ ପ୍ରାରମ୍ଭରେ ପଦାର୍ପଣ କରିଥିଲେ। ସେ ୭୯ଟି ମ୍ୟାଚ ଖେଳି ୪୦ ଗୋଲ ସ୍କୋର କରିଥିଲେ। ବିଜୟନ ୨୦୦୩ରେ ଅର୍ଜୁନ ପୁରସ୍କାର ପାଇଥିଲେ। ୧୯୯୩, ୧୯୯୭ ଓ ୧୯୯୯ରେ ସେ ‘ଇଣ୍ଡିଆନ ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ଲାଭ କରିଥିଲେ। ବିଜୟନଙ୍କ ନାମ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଯାଇଥିବା ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ବିଜୟନ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିଲେ। ସେ ଓ ତାଙ୍କ ଷ୍ଟ୍ରାଇକର ଯୋଡ଼ି ବାଇଚୁଙ୍ଗ ଭୂତିଆ ଦଳ ପାଇଁ ଅନେକ ସଫଳତା ଆଣିଦେଇଥିଲେ। କ୍ଲବ ସ୍ତରରେ ସେ ମୋହନ ବାଗାନ, କେରଳ ପୋଲିସ, ବର୍ତ୍ତମାନ ଅଚଳ ହୋଇ ପଡ଼ିଥିବା ଏଫ୍‌ସି କୋଚିନ୍‌ ଓ ଜେସିଟି ଫଗଓ୍ବାରା ଦଳ ତରଫରୁ ପ୍ରତନିଧିତ୍ୱ କରିଛନ୍ତି। ଦ୍ରୁତତମ ଅନ୍ତର୍ଜାତୀୟ ଗୋଲ ସ୍କୋରର ତାଲିକାରେ ତାଙ୍କ ନାମ ରହିଛି। ୧୯୯୯ ସାଫ୍‌ ଗେମ୍ସରେ ସେ ଭୁଟାନ ବିପକ୍ଷ ଏକ ମ୍ୟାଚ୍‌ରେ ମାତ୍ର ୧୨ ସେକେଣ୍ଡରେ ଏକ ଗୋଲ ସ୍କୋର କରିପାରିଥିଲେ। ୨୦୦୩ରେ ଭାରତରେ ଅନୁଷ୍ଠିତ ଆଫ୍ରୋ-ଏସିଆନ ଗେମ୍ସରେ ସେ ୪ଟି ଗୋଲ ସ୍କୋର କରି ଟୁର୍ନାମେଣ୍ଟର ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଏହି ଟୁର୍ନାମେଣ୍ଟ ପରେ ସେ ଅବସର ଗ୍ରହଣ କରିଥିଲେ। ବିଜୟନ ତାଙ୍କ ଜୀବନ ଆରମ୍ଭରେ ନିଜ ଜନ୍ମ ସହର ତ୍ରିଶୂରସ୍ଥିତ କର୍ପୋରେଶନ ଷ୍ଟାଡିୟମରେ ଫୁଟ୍‌ବଲ ମ୍ୟାଚ ଖେଳାଯାଉଥିବା ସମୟରେ ସୋଡ଼ା ବିକ୍ରି କରୁଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ କେରଳ ପୋଲିସ୍‌ ଫୁଟ୍‌ବଲ କ୍ଲବ ତରଫରୁ ଜଣେ ଷ୍ଟ୍ରାଇକର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଖେଳଛାଡ଼ିବା ପରେ ନିଜ ଘରୋଇ ସହରରେ ଯୁବ ଖେଳାଳିମାନଙ୍କୁ ତାଲିମ ଦେବାଲାଗି ଏକ ଫୁଟ୍‌ବଲ ଏକାଡେମୀ ପ୍ରତିଷ୍ଠା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NCERT ବହିକୁ ନେଇ ରାଗିଗଲେ CJI, କହିଲେ ଆମେ କାହାକୁ…

ନୂଆଦିଲ୍ଲୀ,୨୫ା୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ଉପରେ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟ…

ଆଜି ହୋଇଥାନ୍ତା ନାବାଳିକାଙ୍କ ବାହାଘର, ହଠାତ୍‌ ଘରେ ପହଞ୍ଚିଲା ପୋଲିସ ପ୍ରଶାସନ, ତା’ପରେ…

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟା…

ଖଣି ଅଧିକାରୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

କଟକ,୨୫।୨(କାର୍ତ୍ତିକ ସାହୁ): କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ…

ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଲୋକମାନେ ଜାଣି ନ ପାରି…

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଲୋକମାନେ ଜାଣି ନ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ…

ସୁନାବେଡ଼ା, ୨୫।୨(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅଧୀନ ଭେଜାପୁଟ ସତ୍‌ସଂଘ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ପଟ୍ଟାଙ୍ଗି…

ଜୟପୁର ପୌରାଧ୍ୟକ୍ଷଙ୍କ ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜେଡି : ଭିଜିଲାନ୍ସ ତଦନ୍ତ ଦାବି

କୋରାପୁଟ,୨୫।୨(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ବିଜେଡିର ଜିଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର,…

ପିଲାକୁ ନେଇ ଶିକ୍ଷୟିତ୍ରୀ ନିଖୋଜ, ମିଳୁନି ପତ୍ତା: ପୋଲିସର ତନାଘନା

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ତେନ୍ତୁଲିଖୁଣ୍ଟି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଖୋଜ…

ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri